Latest Odisha News

BREAKING NEWS

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଦୋଷୀ ମୁକେଶର ରାଜକ୍ଷମା ଆବେଦନ ଖାରଜ କଲେ ଦିଲ୍ଲୀ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଖାରଜ ହେଲା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ମୁକେଶର ରାଜକ୍ଷମା ଆବେଦନ । ଦିଲ୍ଲୀ ସରକାରଙ୍କ ପରେ ଏବେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ ମୁକେଶର ଆବେଦନକୁ ଖାରଜ କରିଛନ୍ତି । ଏହାପରେ ମୁକେଶର ରାଜକ୍ଷମା ଆବେଦନ ପ୍ରଥମେ ଗୃହ ମନ୍ତ୍ରାଳୟ ନିକଟକୁ ପଠାଯିବ । ସେଠାରୁ ରାଷ୍ଟ୍ରପତିଙ୍କୁ ପାଖକୁ ଯିବ । ତେବେ ମୁକେଶକୁ ରାଜକ୍ଷମା ମିଳିବ ନା ନାହିଁ ସେ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ହିଁ ଅନ୍ତିମ ନିଷ୍ପତି ଶୁଣାଇବେ ।

ପୂର୍ବରୁ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଫାଶୀ ଦେବା ପାଇଁ କୋର୍ଟ ୱାରେଂଟ ଜାରି କରିସାରିଛନ୍ତି । ତେବେ ଦିଲ୍ଳୀ ହାଇକୋର୍ଟର ଏହି ଡେଥ ୱେରେଂଟକୁ ଚ୍ୟାଲେଂଜ କରିଥିଲା ଦୋଷୀ ମୁକେଶ ।

ସେପଟେ ୨୨ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ଫାଶୀ ପାଇବା ନେଇ ମଧ୍ୟ ସସ୍‌ପେନ୍ସ ଜାରି ରହିଛି । ୨୨ ତାରିଖରେ ଫାଶୀ ଦେବା ସମ୍ଭବ ନୁହେଁ ବୋଲି ବୁଧବାର ଦିଲ୍ଳୀ ସରକାର କୋର୍ଟକୁ ଜଣାଇବା ପରେ ଏହି ଆଶଙ୍କା ବଢ଼ି ଯାଇଛି ।

ବର୍ତମାନ ରାଷ୍ଟ୍ରପତିଙ୍କ ପାଖରେ ଦୋଷୀଙ୍କ ରାଜକ୍ଷମା ଆବେଦନ ରହିଛି । ଏହି ନିଷ୍ପତି ଆସିବା ପରେ ଦୋଷୀଙ୍କୁ ୧୪ ଦିନ ମିଳିବ । ତେଣୁ ଆଇନ ଅନୁସାରେ ୨୨ ତାରିଖରେ ୪ ଦୋଷୀଙ୍କୁ ଫାଶୀ ଦେଇହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

Leave A Reply

Your email address will not be published.