Latest Odisha News

BREAKING NEWS

ନିର୍ଭୟା ମାମଲା: ଫାଶୀ ପାଇଁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣ ବଳାତ୍କାର ଓ ହତ୍ୟା ମାମଲାର ପଡ଼ିବାକୁ ଯାଉଛି ଯବନିକା ।

ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଅପରାଧୀଙ୍କୁ ଫାଶୀ ମିଳିବାର ୩ ଦିନ ପୂର୍ବରୁ ଅପରାଧୀଙ୍କୁ ଫାଶିରେ ଝୁଲାଇବାକୁ ଥିବା ଜଲହାଦ ପୱନ ମଙ୍ଗଳବାର ଦିନ ତିହାର ଜେଲରେ ପହଞ୍ଚିଥିଲେ। ଫାଶୀ ଔର ବୁଧବାର ଦିନ ଜଲ୍ହାଦ ଏକ ଡମି (କଣ୍ଢେଇ) କୁ ଫାଶୀ ଦେବାର ଅଭ୍ୟାସ କରିବେ ।

ମାର୍ଚ୍ଚ ୨୦ ତାରିଖ ସକାଳ ୫.୩୦ ରେ ଏହି ମାମଲାର ସମସ୍ତ ଚାରିଜଣ ଦୋଷୀ ମୁକେଶ ସିଂ (୩୨), ପୱନ ଗୁପ୍ତା (୨୫), ବିନୟ ଶର୍ମା (୨୬) ଏବଂ ଅକ୍ଷୟ କୁମାର ସିଂ (୩୧)ଙ୍କୁ ଫାଶୀ ଦିଆଯିବ ।

ନିର୍ଭୟା ମାମଲାରେ ଚାରିଜଣ ଦୋଷୀ ଏବଂ ନାବାଳିକାଙ୍କ ସମେତ ୬ ଜଣଙ୍କୁ ଅଭିଯୁକ୍ତ ଭାବେ ନାମିତ କରାଯାଇଥିଲା। ଷଷ୍ଠ ଅଭିଯୁକ୍ତ ରାମ ସିଂ ଏହି ମାମଲାର ଶୁଣାଣି ଆରମ୍ଭ ହେବାର କିଛି ଦିନ ପରେ ତିହାର ଜେଲରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

ନାବାଳକକୁ ଏକ ସଂଶୋଧନ ଘରେ ତିନି ବର୍ଷ ବିତାଇବା ପରେ ୨୦୧୫ ରେ ମୁକ୍ତ କରାଯାଇଥିଲା।

Leave A Reply

Your email address will not be published.