Latest Odisha News

BREAKING NEWS

ଫାଶୀ ସସପେନ୍ସ ଜାରି; ଦିଲ୍ଲୀ ହାଇକୋର୍ଟରେ ମୁକେଶର ଆବେଦନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମକାରୀଙ୍କ ପାଇଁ ଗୋଟିଏ ପରେ ଗୋଟିଏ ବାଟ ବନ୍ଦ ହେଉଛି । ଫାଶୀ ପାଇବା ନେଇ ଜାରି ରହିଛି ସସ୍ପେନ୍ସ । ଦୋଷୀ ମୁକେଶର ଡେଥ୍ ୱାରେଂଟ ରଦ୍ଧ କରିବା ଆବେଦନକୁ ଖରାଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ ।

ତେବେ ନିଷ୍ପତି ପରେ ବି ୪ ଅଭିଯୁକ୍ତ ଆସନ୍ତା ୨୨ ତାରିଖରେ ଫାଶୀ ଦେବା ସମ୍ଭାବନା କମ୍ ରହିଛି । କାରଣ ରାଷ୍ଟ୍ରପତିଙ୍କ ନିକଟରେ ଏବେବି ଦୋଷୀଙ୍କ ରାଜକ୍ଷମା ଆବେଦନ ରହିଛି । ଆଇନ୍ ଅନୁସାରେ ରାଷ୍ଟ୍ରପତିଙ୍କ ନିଷ୍ପତି ଆସିବା ପରେ ଦୋଷୀଙ୍କୁ ଅତିରିକ୍ତ ୧୪ ଦିନ ସମୟ ମିଳିବ ।

ତେଣୁ ଏହି ନିଷ୍ପତି ପୂର୍ବରୁ ଦୋଷୀଙ୍କୁ ଫାଶୀ ଦିଆଯାଇ ପାରିବ ନାହିଁ ।

ସେପଟେ ପୂର୍ବରୁ ମୁକେଶର ରାଜକ୍ଷମା ଆବେଦନକୁ ଦିଲ୍ଲୀ ସରକାର ଖାରଜ କରିଦେଇଛନ୍ତି । ଏଥିସହ ଦିଲ୍ଲୀ ଲେଫ୍ଟନାଂଟ ଗଭର୍ଣ୍ଣର ଏବଂ କେନ୍ଦ୍ର ଗୃହବିଭାଗକୁ ମଧ୍ୟ ଚିଠି ଲେଖି ଖାରଜ କରିବାକୁ ନିବେଦନ କରିଛନ୍ତି ଦିଲ୍ଲୀ ସରକାର ।

ପ୍ରୋଟକଲ ଅନୁଯାୟୀ, ଦିଲ୍ଲୀ ସରକାରଙ୍କ ଖାରଜ ସଂକ୍ରାନ୍ତ ଫାଇଲ ଉପରାଜ୍ୟପାଳ ପାଖକୁ ଯିବ । ସେ ଏଥିରେ ନିଜର ମତ ଉପସ୍ଥାପନ କରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇବେ । ଏହାପରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ନିଜର ପ୍ରସ୍ତାବ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବେ ।

ଶେଷରେ ରାଷ୍ଟ୍ରପତି ଦୋଷୀଙ୍କୁ କ୍ଷମା ମିଳିବ ନା ନାହିଁ ତାହା ବିଚାର କରିବେ ।

Leave A Reply

Your email address will not be published.