Latest Odisha News

BREAKING NEWS

କମେଡି କିଙ୍ଗ କପିଲ ଶର୍ମାଙ୍କ ଝିଅର ପ୍ରଥମ ଫଟୋ ଭାଇରାଲ

ସାମ୍ନାକୁ ଆସିଲା କମେଡି କିଙ୍ଗ କପିଲ ଶର୍ମାଙ୍କ କ୍ୟୁଟ ଏଜେଂଲର ଫାଷ୍ଟ ଫଟୋ । କପିଲ ଓ ତାଙ୍କ ଝିଅର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫଟୋରେ କପିଲ ନିଜ ଝିଅକୁ କୋଳେଇ ଧରିଥିବା ନଜର ଆସିଛନ୍ତି । ଫ୍ୟାନ୍‌ମାନଙ୍କୁ ଏବେ ବାପା-ଝିଅଙ୍କ ଏହି ଫଟୋ ବେଶ୍ ପସନ୍ଦ ଆସିଛି ।

କପିଲ ଶର୍ମା ନିଜ କମେଡି ଶୋ’ ମାଧ୍ୟମରେ ପ୍ରତିଟି ଫାନ୍‌୍ୟଙ୍କ ଫେଭରେଟ୍ ପାଲଟି ଯାଇଛନ୍ତି । କପିଲଙ୍କ ସ୍ତ୍ରୀ ଗିନ୍ନି ଚତରଥ ୨୦୧୯ ଡିସେମ୍ବର ୧୦ରେ ପ୍ରଥମ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ତେବେ ଝିଅ ଜନ୍ମ ହେବାର ପ୍ରାୟ ମାସକ ପରେ ପ୍ରଥମ ଫଟୋ ସାମ୍ନାକୁ ଆସିଛି ।

କପିଲ ଶର୍ମା ୨୦୧୮ ଡିସେମ୍ବର ୧୨ରେ ଗିନ୍ନି ଚତରଥଙ୍କୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ସେତେବେଳେ ଦୁଇ ଜଣଙ୍କ ବିବାହ ବେଶ୍ ଚର୍ଚ୍ଚାରେ ରହିଥିଲା । ତାଙ୍କ ବିବାହରେ ଟିଭି ଏବଂ ବଲିଉଡ ଜଗତର ଅନେକ ଷ୍ଟାର ଯୋଗ ଦେଇଥିଲେ ।

Leave A Reply

Your email address will not be published.