ନୂଆଦିଲ୍ଲୀ; ସେତେବେଳେ ନିର୍ଭୟା କାଣ୍ଡ ଆଉ ଏବେ ଆରଜି କର ମେଡିକାଲ ଘଟଣା l ନିର୍ଭୟା କାଣ୍ଡରେ ପିଡୀତାଙ୍କ ପରିବାରକୁ ନ୍ୟାୟ ମିଳିଥିଲେ ମଧ୍ୟ ଆଜି ପରିବାର ଲୋକଙ୍କ ମନରୁ ଲିଭିନି ନିଜ ଝିଅ ପ୍ରତି ହୋଇଥିବା ଘଟଣାର ଦୃଶ୍ୟ l ଲିଭିବ ବା କେମିତି ? ସେ ବି ତା ଜଣେ ମା’ l ଯେଉଁ ପର୍ଯ୍ୟନ୍ତ ଦେଶରେ ଏପରି ଘଟଣାର ଶିକାର ହେଉଥିବା ସମସ୍ତ ମହିଳାଙ୍କୁ ନ୍ୟାୟ ମିଳିନି ସେ ପର୍ଯ୍ୟନ୍ତ ଏସବୁ ଭୁଲିବ ହୁଏତ ତାଙ୍କ ପାଇଁ କାଠି କର ପାଠ l 2012 ଦିଲ୍ଲୀରେ ଘଟିଥିବା ନିର୍ଭୟା ଘଟଣାର ପୀଡିତାଙ୍କ ମା ଆଶା ଦେବୀ ଦୀର୍ଘ 12 ବର୍ଷ ପରେ ମୁହଁ ଖୋଲିଛନ୍ତି ଏବଂ ଦେଶରେ ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି l ସେ କହିଛନ୍ତି, ଦେଶରେ ଏବେବି ଅସୁରକ୍ଷିତ ମହିଳା l ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧକୁ କମ କରିବାରେ କୌଣସି ପଦକ୍ଷେପ ନିଆଯାଇନାହିଁ l ଦେଶର କୋଟି କୋଟି ମହିଳା ଏବଂ ଶିଶୁଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ପାଇଁ ଆଶା ଦେବୀ ଜାତୀୟ ସମ୍ମିଳନୀରେ ଏକ ଭାବପ୍ରବଣ ଆବେଦନ କରିଥିଲେ।
ସେ କହିଛନ୍ତି, ‘ବହୁତ ଦୁଃଖର ସହ ମୁଁ କହୁଛି ଯେ, 12 ବର୍ଷ ପରେ ମଧ୍ୟ ପରିସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଜି ବି ଦେଶରେ ଝିଅ ମାନେ ଅସୁରକ୍ଷିତ ଅବହେଳିତ l ଯେତେବେଳେ ମୁଁ ମୋ ଝିଅକୁ ନ୍ୟାୟ ଦେବା ପାଇଁ ସଂଘର୍ଷ କରୁଥିଲି, ସେତେବେଳେ ମୁଁ ଜାଣିଥିଲି ଯେ ସେ ଆଉ ଫେରିବନି, କିନ୍ତୁ କହିଥିବା କିଛି ଶବ୍ଦ ମୋଟେ ବ୍ୟଥିତ କରିଥିଲା l ସେ କହିଥିଲା କି ଅପରାଧୀଙ୍କୁ ଏପରି ଦଣ୍ଡ ଦିଆଯିବା ଉଚିତ ଯେ ଏପରି ଘଟଣା ଦେଶରେ ଯେପରି ପୁନରାବୃତ୍ତି ନହୁଏ। ‘ ଗତ ଅଗଷ୍ଟ 9 ରେ କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ ଜଣେ 31 ବର୍ଷୀୟ ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ ଆଶା ଦେବୀ କହିଛନ୍ତି ଯେ, ସେଦିନ ରାତିରେ ପ୍ରକୃତରେ କ’ଣ ଘଟିଛି ତାହା ଏପର୍ଯ୍ୟନ୍ତ କେହି ଜାଣି ନାହାଁନ୍ତି। ଅପରାଧିକ ନ୍ୟାୟ ବ୍ୟବସ୍ଥାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇ ଆଶା ଦେବୀ କହିଛନ୍ତି ଯେ କଡା ଆଇନ ଲାଗୁ ହେବା ସତ୍ତ୍ୱେ ମଧ୍ୟ ପରିସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେଣୁ ମହିଳାଙ୍କ ସୁରକ୍ଷାକୁ ଗୁରୁତର ସହକାରେ ନେଇ ବିଚାର କରିବାକୁ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ଗୋଟେ ଜିନିଷ ବୁଝି ପାରୁନି ଯେ, ଯେଉଁଠାରେ ଜଣେ ପିତାମାତା ନିଜ ଝିଅକୁ ହରାଉଛନ୍ତି, କିନ୍ତୁ ମାମଲା କୋର୍ଟରେ ପହଞ୍ଚିପାରୁ ନାହିଁ। ଦୋଷୀକୁ ଚିହ୍ନିବା ପାଇଁ ଛଅ ମାସରୁ ଏକ ବର୍ଷ ସମୟ ଲାଗିଯାଉଛି l ତେବେ ଆମେ ସେଠାରେ କିପରି ଆଶା କରିପାରିବା ଯେ ଆମର ଝିଅ ବୋହୁମାନେ ନିରାପଦରେ ଅଛନ୍ତି ଏବଂ ଯେଉଁ ପିତାମାତା ମାନେ ତାଙ୍କ ଝିଅକୁ ହରାଉଛନ୍ତି ସେମାନଙ୍କୁ ଠିକ ନ୍ୟାୟ ମିଳିବ ବୋଲି ପ୍ରଶ୍ନ କରିଛନ୍ତି ଆଶା ଦେବୀ l
Comments are closed.