Latest Odisha News

BREAKING NEWS

ପୁଣି ଖୋଲିଲା ପଟିଆସ୍ଥିତ ବିଗ ବଜାର

ଭୁବନେଶ୍ୱର: ସିଲ୍ ହେବାର ୧୨ ଦିନ ପରେ ପୁଣି ଥରେ ଖୋଲିଛି ପଟିଆ ସ୍ଥିତ ବିଗ ବଜାର ମଲ୍ । ଏହାର ମାଲିକ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ନିୟମ ମାନିବା ପରେ ବୁଧବାର ଦିନ ପଟିଆରେ ବିଗ୍ ବଜାର ଖୋଲାଯାଇଛି।

ପାର୍କିଂ ଏବଂ ଅଗ୍ନି ନିରାପତ୍ତା ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଭୁବନେଶ୍ୱର ବିକାଶ ପ୍ରାଧିକରଣ (ବିଡିଏ) ପକ୍ଷରୁ ଗତ ଫେବୃଆରୀ ୨୦ ରେ ସପିଂ ମଲକୁ ସିଲ୍ କରାଯାଇଥିଲା । ଏନେଇ ଓଡିଶା ବିକାଶ ପ୍ରାଧିକରଣ (ଓଡିଏ) କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ବିଏମସିର (ଉତ୍ତର) ଜୋନାଲ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି କହିଛନ୍ତି, “ମଲ୍ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପାଇବା ପରେ ଏବଂ ବେସମେଣ୍ଟରେ ଥିବା ପାର୍କିଂ ଅଞ୍ଚଳରେ ଥିବା ବେଆଇନ ନିର୍ମାଣକୁ ଭାଙ୍ଗିଦେବା ପରେ କୋର୍ଟ ଏହି ସିଲ୍ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ପରେ ଯାଇ ବିଏମସି ପକ୍ଷରୁ ସିଲ୍ ହଟାଇବା ଏବଂ ବିଲ୍ଡିଂକୁ କାର‌୍ୟ୍ୟକ୍ଷମ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ବୋଲି ସେ କହିଛନ୍ତି।

Leave A Reply

Your email address will not be published.