Latest Odisha News

ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା ୨୦୨୧କୁ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର : ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା ୨୦୨୧କୁ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏନଆଇଆରଏଫ ତାଲିକାରେ ୧୧ଟି ବିଭିନ୍ନ ବିଭାଗ ଯଥା ସାମଗ୍ରୀକ ସଫଳତାକୁ ନେଇ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ, ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, କଲେଜ୍, ଫାର୍ମାସୀ, ମେଡିକାଲ, ଆର୍କିଟେକଚର, ଆଇନ୍, ଡେଣ୍ଟାଲ, ଏବଂ ଗବେଷଣା ଅନୁଷ୍ଠାନର ପୃଥକ ପୃଥକ ଶ୍ରଷଷ୍ଠ ୧୦ ଏବଂ ଶ୍ରେଷ୍ଠ ୫ ତାଲିକା ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ଶ୍ରେଷ୍ଠ ବିଶ୍ବବିଦ୍ୟାଳୟମାନଙ୍କ ତାଲିକାରେ ୭ଟି ଆଇଆଇଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛି । ସେଥିରୁ ଓଭରଅଲ୍‌ ଏବଂ ଇଞ୍ଜିନିୟରିଂରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛି ଆଇଆଇଟି ମାଡ୍ରାସ । ମେଡିକାଲ କଲେଜମାନଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି ଦିଲ୍ଲୀ ଏମ୍‌ସ । ଗବେଷଣାରେ ଆଇଆଇଏସ ବେଙ୍ଗାଲୁରୁ ତାଲିକାର ଶୀର୍ଷ ସ୍ଥାନରେ ରହିଛି । ଶ୍ରେଷ୍ଠ ମ୍ୟାନେମେଣ୍ଟ ବର୍ଗରେ ଆଇଆଇଏମ ଅହମ୍ମଦାବାଦ, ଫାର୍ମାସୀ ବର୍ଗରେ ଜାମିଆ ହମଦର୍ଦ, ଆର୍କିଟେକଚରରେ ଆଇଆଇଟି ରୁରକି, ଆଇନରେ ବାଙ୍ଗାଲୋରର ନ୍ୟାସନାଲ ଲ’ ସ୍କୁଲ ଅଫ୍ ଇଣ୍ଡିଆ ୟୁନିଭର୍ସିଟି, ଡେଣ୍ଟାଲରେ ମଣିପାଲ କଲେଜ୍ ଅଫ୍ ଡେଣ୍ଟାଲ ସାଇନ୍ସ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ଶୀର୍ଷରେ ରହିଛି ।

ଏହିସବୁ ପ୍ରମୁଖ ଶିକ୍ଷାନୁଷ୍ଠାନକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଅଭିବନ୍ଦନ ଜଣାଇବା ସହ ଚଳିତବର୍ଷ ଏହି ରାଙ୍କିଂ ଫ୍ରେମଓ୍ବାର୍କରେ ୬ ହଜାର ଶିକ୍ଷାନୁଷ୍ଠାନ ଭାବେ ନେବା ନେଇ ସେ ଖୁସିବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.