Latest Odisha News

BREAKING NEWS

ଭାରତୀୟ ପାରାଅଲିମ୍ପିକ୍ସ ଦଳକୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଭାରତୀୟ ପାରାଅଲିମ୍ପିକ୍ସ ଦଳକୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ । ଦିଲ୍ଲୀସ୍ଥିତ ନିଜ ବାସଭବନରେ ଟୋକିଓ ପାରାଅଲିମ୍ପିକ୍ସ କ୍ରୀଡାର ଭାରତୀୟ ଦଳ ପାଇଁ ସମାରୋହର ଆୟୋଜନ କରାଯାଇଥିଲା । ଏହି ଦଳରେ ପାରା ଆଥଲେଟ୍ସ ଓ ସେମାନଙ୍କ କୋଚ୍ ଧ୍ୟ ସାମିଲ ହୋଇଥିଲେ । ଏହି ଅସରରେ ପାରା ଅଲିମ୍ପିଆନଙ୍କ ସହ କଥାବାର୍ତ୍ତା କରିଥିଲେ ପ୍ରଧାନମନ୍ତ୍ରୀ । ପାରାଅଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ ସହିତ ରେକର୍ଡ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ଏହି ଅଲିମ୍ପିଆନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପାରା ଆଥଲେଟ୍ସମାନେ ସେମାନଙ୍କ ଜୀବନରେ ପ୍ରତିକୂଳ ପରିସ୍ଥିତିକୁ ପ୍ରତିହତ କରି ଏପରି ଉଲ୍ଲେଖନୀୟ ପ୍ରଦର୍ଶନ ଦେଇଛନ୍ତି । ଯେଉଁମାନେ ପଦକ ହାସଲ କରିପାରିନାହାନ୍ତି, ସେମାନଙ୍କ ମନୋବଳ ବଢ଼ାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜଣେ ପ୍ରକୃତ କ୍ରୀଡାବିତ୍ ପରାଜୟ କିମ୍ବା ବିଜୟ ଦ୍ବାରା ହତାଶ ହୁଅନ୍ତି ନାହିଁ ଏବଂ ଆଗକୁ ବଢ଼ନ୍ତି । ଏହି ଆଥଲେଟ୍ ମାନେ ଦେଶର ରାଷ୍ଟ୍ରଦୂତ ଓ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଦ୍ବାରା ସେମାନେ ବିଶ୍ବସ୍ତରରେ ଦେଶର ସମ୍ମାନ ବୃଦ୍ଧି କରିଛନ୍ତି ।

ନିଜ ବାସଭବନରେ ପ୍ରଧାନମନ୍ତ୍ରୀ ପାରା ଆଥଲେଟ୍ସମାନଙ୍କୁ ଭେଟି ଧନ୍ୟବାଦ ଜଣାଇବା ସହ ଗୋଟିଏ ଟେବୁଲରେ ବସି ଆଲୋଚନା କରିଥିଲେ । ଅନେକ ଖେଳାଳି ସେମାନଙ୍କର ସ୍ବାକ୍ଷରିତ ଖେଳ ଉପକରଣ, ଯାହା ସହିତ ସେମାନେ ପଦକ ଜିତିଥିଲେ ତାହାକୁ ପ୍ରଧାନମନ୍ତ୍ରୀଙ୍କୁ ୁପହାର ଦେଇଥିଲେ । ସମସ୍ତ ପଦକ ବିଜେତାଙ୍କ ଦ୍ବାରା ଦସ୍ତଖତ ହୋଇଥିବା ଏକ ଉତ୍ତରୀୟ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦିଆଯାଇଥିଲା ।

Leave A Reply

Your email address will not be published.