Latest Odisha News

BREAKING NEWS

ପ୍ରକାଶ ପାଇଲା NIRF ୨୦୨୧ ତାଲିକା : ଟପ୍‌ ୨୫ ବିଶ୍ବବିଦ୍ୟାଳୟ ତାଲିକାରେ ‘ସୋଆ’

ଭୁବନେଶ୍ବର : ପ୍ରକାଶ ପାଇଲା ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମଓ୍ବାର୍କ ୨୦୨୧ ତାଲିକା । ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ଘୋଷଣା କରିଛନ୍ତି । ତାଲିକାରେ ଭାରତର ଶ୍ରେଷ୍ଠ ମେଡିକାଲ ବିଶ୍ବବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶାର ଅଗ୍ରଣୀ ବିଶ୍ବବିଦ୍ୟାଳୟ “ଶିକ୍ଷା ଓ ଅନୁସନ୍ଧାନ” ବଶ୍ବବିଦ୍ୟାଳୟ । ଦେଶର ଅଗ୍ରଣୀ ବିଶ୍ବବିଦ୍ୟାଳୟ ତାଲିକା ମଧ୍ୟରେ ଶ୍ରେଷ୍ଠ ୨୫ ତାଲିକାରେ ରହିଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ।

BjdElectrycity

ସମସ୍ତ ବର୍ଗରେ ନିଜର ଶ୍ରେଷ୍ଠତ୍ବ ବଜାୟ ରଖିଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ । ଶିକ୍ଷା ସାଙ୍ଗକୁ ମେଡିକାଲ ପାଠ୍ୟକ୍ରମରେ ବେଶ ଆଗରେ ରହିଛି ସୋଆ । ସେହିପରି ଇଞ୍ଜିନିୟରି ପାଠ୍ୟକ୍ରମରେ ଏନଆଇଟି ରାଉରକେଲା ଓ ଆଇଆଇଟି ଭୁବନେଶ୍ବର ପଛକୁ ରହିଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ।

ବିଭିନ୍ନ କାଟେଗାରିକୁ ନେଇ ଏହି ତାଲିକା ପ୍ରକାଶ ପାଇଥାଏ । ଏହାପୂର୍ବରୁ ନାକ୍ ଆକ୍ରେଡେସନ ପାଇସାରିଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ । ସାଆ ଅଧିନରେ ୯ଟି ଶିକ୍ଷାନୁଷ୍ଠାନ ପରିଚାଳିତ ହେଉଛି । ସୋଆର ଏଭଳି ସଫଳତାକୁ ନେଇ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି କୁଳପତି ପ୍ରଫେସର ଅଶୋକ ମହାପାତ୍ର ।

Leave A Reply

Your email address will not be published.