Latest Odisha News

BREAKING NEWS

ଓଡିଶା ଏଫସି ସହ ଚୁକ୍ତିବଦ୍ଧ ହେଲେ ଅଭିଜ୍ଞ ବ୍ରାଜିଲ ଫରୱାର୍ଡ ଜୋନାଥାସ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ ଫୁଟବଲରେ ଅଭିଜ୍ଞ ବ୍ରାଜିଲ ଫରୱାର୍ଡ ଜୋନାଥସ କ୍ରିଷ୍ଟିଆନ ଡି ଜିସସ ଓଡିଶା ଏଫସି ସହ ଚୁକ୍ତିବଦ୍ଧ ହୋଇଛନ୍ତି । ଜୋନାଥସ ବ୍ରାଜିଲ ନେଦରଲାଣ୍ଡ, ସ୍ପେନ, ଇଟାଲୀ ଓ ଜର୍ମାନୀର ଅନେକ ପ୍ରତିଷ୍ଠିତ କ୍ଲବ ପକ୍ଷରୁ ଖେଳି ସାରିଛନ୍ତି । ୧୦୦ରୁ ଊର୍ଦ୍ଧ୍ୱ ଗୋଲ ତାଙ୍କ ନାମରେ ରହିଛି । ବ୍ରାଜିଲର ଏହି ଷ୍ଟାର ଖେଳାଳିଙ୍କ ଉପସ୍ଥିତି ଓଡିଶା ଏଫସିକୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି । ମୂଖ୍ୟ କୋଚ କିକୋ ରାମରେଜ କହିଛନ୍ତି ଜୋନାଥସ ଆମର ମୂଖ୍ୟ ଗୋଲ ସ୍କୋରରେ ହେବେ । କ୍ଲବ ସଭାପତି ରାଜ ଅଠାୱଲେ ମଧ୍ୟ ଚଳିତ ସଂସ୍କରଣ ପାଇଁ ସାମିଲ କରା ଯାଇଥିବା ବିଦେଶୀ ଖେଳାଳି ଦଳକୁ ମଜଭୁତ କରିବେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.