Latest Odisha News

BREAKING NEWS

ବଜେଟ୍ ୨୦୨୬ ଉପସ୍ଥପାନ ପୂର୍ବରୁ କାର୍ତ୍ତବ୍ୟ ଭବନରେ ପହଞ୍ଚିଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଆଜି ଦେଶର ସାଧାରଣ ବଜେଟ୍ ଉପସ୍ଥାପନ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର କ୍ରମାଗତ ନବମ ବଜେଟ୍ ଉପସ୍ଥାପନ କରି ଏକ ନୂତନ ରେକର୍ଡ ସ୍ଥାପନ କରିବାକୁ ଯାଉଛନ୍ତି। ସାରା ଦେଶ ଅପକ୍ଷୋ କରିଛି ବଜେଟ୍‌କୁ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସକାଳେ କର୍ତ୍ତବ୍ୟ ଭବନରେ ପହଞ୍ଚିଥିଲେ । ସେ ବଜେଟ୍ ବ୍ୟାଗ ସହିତ ସେଠାକୁ ଯାଇଥିଲେ ଏବଂ ମାତ୍ର କିଛି ଘଣ୍ଟା ମଧ୍ୟରେ ସଂସଦରେ କେନ୍ଦ୍ର ବଜେଟ୍ ୨-୨୬-୨୭ ଉପସ୍ଥାପନ କରିବେ । ଏହା ତାଙ୍କର ଲଗାତାର ନବମ ବଜେଟ୍, ଏକ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ସ୍ଥାପନ କରିଛି।

ସେ ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବରେ ଇତିହାସ ରଚିଛନ୍ତି । ଆଜି ରବିବାର, ଫେବୃଆରି ୧, ୨୦୨୬, ଏବଂ ବଜେଟ୍ ସକାଳ ୧୧ ଟାରେ ଉପସ୍ଥାପନ କରାଯିବ । ଏତେ ବର୍ଷ ପରେ ପ୍ରଥମ ଥର ପାଇଁ, ଭାରତରେ ରବିବାର ଦିନ ବଜେଟ୍ ଉପସ୍ଥାପନ କରାଯାଉଛି, ଯାହା ନିଜେ ଏକ ଐତିହାସିକ ଘଟଣା ।ଏଥର, AI କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିପାରେ । ଏହା ବ୍ୟତୀତ, ଏହି ବଜେଟ୍ ଉପରେ ଲୋକଙ୍କର ବହୁତ ଆଶା ରହିଛି । ମଧ୍ୟବିତ୍ତ ବର୍ଗଠାରୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ ।

ବିଶେଷକରି, ମୁଦ୍ରାସ୍ଫୀତିରୁ ମୁକ୍ତି ପାଇବା ପାଇଁ ଆଶା ରହିଛି। ଡାଲି, ତେଲ, ଚାଉଳ, ପନିପରିବା, ଔଷଧ ଏବଂ ବିଦ୍ୟୁତ୍ ଏବଂ ପାଣି ଭଳି ଦୈନନ୍ଦିନ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ଟିକସ ହ୍ରାସ କରାଯାଇପାରେ । ଏହା ଘରୋଇ ଖର୍ଚ୍ଚକୁ ସାମାନ୍ୟ ହ୍ରାସ କରିବ ଏବଂ ସାଧାରଣ ଲୋକଙ୍କ ପକେଟରେ କିଛି ଟଙ୍କା ସଞ୍ଚୟ କରିବ। ସରକାର ପୂର୍ବ ବଜେଟ୍‌ରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛନ୍ତି, ଏବଂ ଏଥର ମଧ୍ୟ ସେହିପରି ଆଶା କରାଯାଉଛି। ଏହା ସହିତ, ଟିକସ ବ୍ୟବସ୍ଥାକୁ ସରଳ କରିବା, ଟିକସ ଦାଖଲକୁ ସହଜ ଏବଂ କମ୍ ଅସୁବିଧାମୁକ୍ତ କରିବା ଉପରେ ଧ୍ୟାନ ଦିଆଯାଇପାରେ ।

ଏଥର ଫୋକସରେ ମହିଳା ସଶକ୍ତିକରଣ। ଏବେ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ୫୦୦୦ ସହାୟତା ମିଳୁଛି। ଆର୍ଥିକ ସଶକ୍ତିକରଣ ପାଇଁ ଲକ୍ଷପତି ଦିଦି, ନମୋ ଡ୍ରୋନ୍ ଦିଦି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର। ୧୦ କୋଟି ମହିଳା ୯୧ ଲକ୍ଷ SHGରେ ସାମିଲ ହୋଇଛନ୍ତି। ବଜେଟ ଉପସ୍ଥାପନା ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା । ବଜେଟ୍‌ ଫାଇଲ୍‌ ସହ ରାଷ୍ଟ୍ରପତି ଭବନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ-ରାଷ୍ଟ୍ରପତିଙ୍କୁ ଭେଟି ବଜେଟ୍‌ କପି ଦେବେ ଅର୍ଥମନ୍ତ୍ରୀ-୨୦୨୬-୨୭ ବଜେଟକୁ ମଞ୍ଜୁରୀ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Leave A Reply

Your email address will not be published.