Latest Odisha News

ବରିଷ୍ଠ ନାଗରିକଙ୍କ ପାଇଁ ବଜେଟରେ ବଡ଼ ଘୋଷଣା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବରିଷ୍ଠ ନାଗରିକଙ୍କ ପାଇଁ ବଜେଟରେ ଘୋଷଣା କରିଛନ୍ତି।

ବରିଷ୍ଠ ନାଗରିକଙ୍କ ପାଇଁ ଟିକସ ରିହାତି ସୀମାକୁ ସିଧାସଳଖ ଦ୍ୱିଗୁଣିତ କରିବାକୁ ଘୋଷଣା କରିଛନ୍ତି। ଫଳରେ ସେମାନଙ୍କ ପାଇଁ ଟିକସ ଛାଡ଼ ସୀମା ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ ଯାହା ପୂର୍ବରୁ ୫୦,୦୦୦ ଟଙ୍କା ଥିଲା।

ନିର୍ମଳା ସୀତାରମଣ ବଜେଟ ଭାଷଣରେ କହିଛନ୍ତି ଯେ ଅନେକ ବରିଷ୍ଠ ଏବଂ ଅତି ବରିଷ୍ଠ ନାଗରିକଙ୍କର ବହୁତ ପୁରୁଣା ଜାତୀୟ ସଞ୍ଚୟ ଯୋଜନା ଆକାଉଣ୍ଟ ରହିଛି। ଏପରି ଆକାଉଣ୍ଟଗୁଡ଼ିକ ଆଉ ସୁଧ ଦେଉନାହାନ୍ତି। ଅଗଷ୍ଟ ୨୯, ୨୦୨୪ କିମ୍ବା ତା’ପରେ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଏନଏସଏସରୁ କରାଯାଇଥିବା ଉଠାଣ ଉପରେ ଟ୍ୟାକ୍ସ ଛାଡ଼ କରିବାକୁ ପ୍ରସ୍ତାବ ଦେଉଛି।

ଏହା ସହିତ ସରକାର ନିୟମିତ ଏନପିଏସ ଆକାଉଣ୍ଟ ପରି ଏନପିଏସ ବାତ୍ସଲ୍ୟ ଆକାଉଣ୍ଟଗୁଡ଼ିକୁ ସମାନ ଟିକସ ଲାଭ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଯଦିଓ ଏକ ଲିମିଟ୍ ମଧ୍ୟରେ ଲାଗୁ ହେବ।

ସେହିପରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଦିନ ଟିଡିଏସ ନିୟମକୁ ସରଳୀକରଣ କରିବା ନେଇ ଘୋଷଣା କରିଛନ୍ତି। ୨୦୨୫-୨୬ ବଜେଟ୍ ଉପସ୍ଥାପନ କରି ସେ କହିଛନ୍ତି ଯେ ନୂତନ ଟିକସ ଯୋଜନାଗୁଡ଼ିକ ମୁଖ୍ୟତଃ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଆୟକର ସଂସ୍କାର, ଟିଡିଏସରେ ପରିବର୍ତ୍ତନ ଏବଂ ସହଜ ଅନୁପାଳନ ଉପରେ କେନ୍ଦ୍ରିତ ହେବ।

Comments are closed.