Latest Odisha News

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଶାଢ଼ୀରେ ଭାରତୀୟ ସଂସ୍କୃତି ଓ ଐତିହ୍ୟର ଝଲକ…

ନୂଆଦିଲ୍ଲୀ: ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରୁଛନ୍ତି।ଏହି ଅବସରରେ ତାଙ୍କର ଶାଢ଼ୀକୁ ନେଇ ଚର୍ଚ୍ଚା ହେଉଛି।

କେନ୍ଦ୍ର ବଜେଟ୍ ଉପସ୍ଥାପନ ସମୟରେ ସେ ପରିଧାନ କରି ଆସୁଥିବା ଶାଢ଼ୀରେ ଭାରତୀୟ ସଂସ୍କୃତି ଓ ଐତିହ୍ୟର ଛାପ ରହିଥାଏ। ବଜେଟ ସହ ମଧ୍ୟ ଏହି ଶାଢ଼ୀର ସାମଞ୍ଜସ୍ୟ ଥିବା କୁହାଯାଏ।

ଆଜି ପର୍ଯ୍ୟନ୍ତ ସମସ୍ତ ବଜେଟରେ ନାଲି, ନୀଳ, ଗୋଲାପୀ, ହଳଦୀ, ବାଦାମୀ ଏବଂ ମ୍ୟାଜେଣ୍ଟା ବୋର୍ଡର ସହ ଧଳା ଶାଢ଼ୀ ପିନ୍ଧି ଆସିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ ଚଳିତ ବର୍ଷ ବଜେଟରେ ସୀତାରମଣ କେଉଁ ରାଜ୍ୟର ଶାଢ଼ୀ ପିନ୍ଧିଛନ୍ତି ଏବଂ ପୂର୍ବରୁ ତାଙ୍କ ଶାଢ଼ୀର ବିଶେଷତା କ’ଣ ଥିଲା, ଜାଣନ୍ତୁ… 

୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ମ୍ୟାଜେଣ୍ଟା ବୋର୍ଡର ଥିବା ଧଳା ରଙ୍ଗର ଶାଢ଼ୀ ପିନ୍ଧିଥିଲେ। ଏହି ଶାଢ଼ୀ ଆନ୍ଧ୍ର ପ୍ରଦେଶର, ଯାହାର ନାମ ମଙ୍ଗଳାଗିରି। ବୋଧହୁଏ ସେଥିପାଇଁ ଆନ୍ଧ୍ର ପ୍ରଦେଶକୁ ବିଶେଷ ଆର୍ଥିକ ସହାୟତା ମିଳିଛି ବୋଲି ଚର୍ଚ୍ଚା ହେଉଛି।

୨୦୨୩ ବଜେଟ ପାଇଁ ଅର୍ଥମନ୍ତ୍ରୀ ଏକ ଲାଲ ରଙ୍ଗର ଶାଢି ବାଛିଥିଲେ। ପାରମ୍ପରିକ ଲାଲ ରଙ୍ଗ ପ୍ରେମ, ଶକ୍ତି, ସାହସ ଏବଂ ପ୍ରତିବଦ୍ଧତାର ପ୍ରତୀକ ଭାବରେ ବିବେଚନା କରାଯାଏ।

୨୦୨୨ ମସିହାରେ ନିର୍ମଳା ସୀତାରମଣ ଏକ କଫି ରଙ୍ଗର ବମକେଇ ଶାଢୀ ପିନ୍ଧିଥିଲା ବେଳେ ୨୦୨୧ରେ ଲାଲ ବର୍ଡର ସହିତ ଏକ ଧଳା ରଙ୍ଗର ଶାଢି ପିନ୍ଧିଥିଲେ। ୨୦୨୦ରେ ହଳଦିଆ ରଙ୍ଗର ପିନ୍ଧିଥିଲା ବେଳେ ୨୦୧୯ରେ ଅର୍ଥମନ୍ତ୍ରୀ ଗୋଲାପୀ ରଙ୍ଗର ରେଶମ ଶାଢି ପିନ୍ଧିଥିଲେ।

ଉଲ୍ଲେଖଯୋଗ୍ୟ, ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ ଭାବରେ ସପ୍ତମ ବଜେଟ୍ ଉପସ୍ଥାପନ କରୁଛନ୍ତି। ଯାହାକୁ ଏକ ରେକର୍ଡ ବୋଲି କୁହାଯାଇପାରେ।

 

Comments are closed.