Latest Odisha News

BREAKING NEWS

ପ୍ରକୃତିବନ୍ଧୁ ପୁରସ୍କାର ପାଇଁ ନିରୂପମା ପତି ମନୋନୀତ

ସୁନ୍ଦରଗଡ଼ : ନୂଆଗାଁ ବ୍ଲକସ୍ଥିତ ଲୁଆରାମ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ନିରୂପମା ପତିଙ୍କୁ ୨୦୨୦ ମସିହା ପାଇଁ ଶ୍ରେଷ୍ଠ ସମାଜସେବୀ ଭାବରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଛି।

ଶ୍ରୀମତୀ ପତି ଜଣେ ଶିକ୍ଷୟତ୍ରୀ ହୋଇଥିଲେ ମଧ୍ୟ ନିଜକୁ କେବଳ ପାଠପଢ଼ା ମଧ୍ୟରେ ସୀମିତ ନ ରଖି ବିଭିନ୍ନ ସମାଜସେବା କ୍ଷେତ୍ରରେ ସାମିଲ ଅଛନ୍ତି। ଏହା ସହ ପଶୁପକ୍ଷୀଙ୍କ ପ୍ରତି ସର୍ବଦା ସମ୍ବେଦନଶୀଳ ହେବା ସହ ପ୍ରକୃତିର ସୁରକ୍ଷା ପାଇଁ ଅନେକ ସମୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେଇଥାନ୍ତି ଏବଂ ଜନସାଧାରଣଙ୍କୁ ମଧ୍ୟ ସଚେତନ କରାଇବା ପାଇଁ ବିଭିନ୍ନ ସମୟରେ ଆଲୋଚନା ଚକ୍ର ଓ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଇଥାନ୍ତି। ଏହା ଛଡ଼ା ସାହିତ୍ୟରେ ରୁଚି ରଖୁଥିବା ଶ୍ରୀମତୀ ପତି ଗଳ୍ପ କବିତା ଓ ଗଦ୍ୟ ରଚନାରେ ମଧ୍ୟ ନିଜକୁ ନିୟୋଜିତ ରଖନ୍ତି।

ପ୍ରକୃତିବନ୍ଧୁ ପୁରସ୍କାର ପାଇଁ ଶ୍ରୀମତୀ ପତି ମନୋନୀତ ହେବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ , ଅଭିବାବକ ତଥା ପରିବାର ମଧ୍ୟରେ ଆନନ୍ଦ ଖେଳିଯାଇଛି।

Leave A Reply

Your email address will not be published.