Latest Odisha News

BREAKING NEWS

ସବୁ ଅପେକ୍ଷାର ଘଟିଲା ଅନ୍ତ: ଫାଶୀ ଖୁଣ୍ଟରେ ଝୁଲିଲେ ନିର୍ଭୟା ମାମଲାର ୪ ଦୋଷୀ

ନୂଆଦିଲ୍ଲୀ: ଅନ୍ତ ଘଟିଛି ଦେଶବାସୀଙ୍କ ଦୀର୍ଘ ୭ ବର୍ଷ ୩ ମାସର ଅପେକ୍ଷାର । ଶେଷରେ ଫାଶୀ ଖୁଣ୍ଟରେ ଝୁଲିଛନ୍ତି ୪ ସଇତାନ।

ବହୁ ଚର୍ଚ୍ଚିତ ନୂଆଦିଲ୍ଲୀ ନିର୍ଭୟା ଗଣ ଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଆଜି ସକାଳ ୫.୩୦ ରେ ଦିଲ୍ଲୀସ୍ଥିତ ତିହାର ଜେଲରେ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଛି।

ଫାଶୀ ପକ୍ରିୟା:

ଆଜି ଭୋର ସାଢ଼େ ୪ଟାରେ ୪ ଦୋଷୀ ଶାରୀରିକ ଭାବେ ସୁସ୍ଥ ଅଛନ୍ତି କି ନାହିଁ ତାହା ପ୍ରଥମେ ପରୀକ୍ଷା କରାଯାଇଥିଲା ।

ଏହାପରେ ଦୋଷୀମାନଙ୍କୁ ସେମାନଙ୍କ ସେଲ ଭିତରୁ ଫାଶୀଗୃହକୁ ନିଆଯାଇଥିଲା ।

ସେମାନଙ୍କ ସହ ସୁପରିଟେଣ୍ଡେଣ୍ଟ ଓ ସୁରକ୍ଷାକର୍ମୀ ଉପସ୍ଥିତ ଥିଲେ । ୪ ଦୋଷୀଙ୍କ ପାଇଁ ମୋଟ ୪୮ ଜଣ ସୁରକ୍ଷା କର୍ମୀ ନିୟୋଜିତ ଥିଲେ ।
ପ୍ରତ୍ୟେକ ଦୋଷୀଙ୍କ ସହିତ ୧୨ ଜଣ ସୁରକ୍ଷାକର୍ମୀ ଥିଲେ ।

୫ଟା ୨୮ରେ ପବନ ଜଲ୍ଲାଦ ଚାରି ଦୋଷୀଙ୍କ ହାତ ଓ ଗୋଡ଼ ବାନ୍ଧି ସେମାନଙ୍କ ମୁହଁରେ କପଡ଼ା ଘୋଡେଇ ଦେଇଥିଲେ। ଏହା ପରେ ଗଳାରେ ଦଉଡି ଫାଶ ପକାଇ ଥିଲେ।

ଜେଲ ଅଧୀକ୍ଷକ ନିର୍ଦ୍ଦେଶ ଦେବା ପରେ ଜଲ୍ଲାଦ ନିର୍ଦ୍ଧାରିତ ସମୟ ଅନୁଯାୟୀ ଠିକ ସାଢ଼େ ୫ଟା ୩୦ରେ ଦଉଡିକୁ ଟାଣି ଦେଇ ଥିଲେ। ମାତ୍ର କେଇଁ ମିନିଟି ଛଟପଟ ହେବା ପରେ ଫାଶୀଖୁଣ୍ଟରେ ଦୋଷୀମାନଙ୍କ ହାତଗୋଡ଼ ଛଟପଟ ବନ୍ଦ ହୋଇଯାଇଥିଲା।

Comments are closed.