Latest Odisha News

BREAKING NEWS

Nisha Maharana: ନିଶା ମହାରଣାଙ୍କୁ ଘାରିଲା ଗିରଫଦାରୀ ଭୟ, ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ

କଟକ: ଆଇଟମ ଡ୍ୟନ୍ସର ନିଶା ମହାରଣାଙ୍କୁ ଘାରିଲା ଗିରଫଦାରୀ ଭୟଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିଶାବଲାଙ୍ଗିର ସଦର ଥାନାରେ ହୋଇଥିବା ମାମଲାରେ ନିଶାକୁ ଖୋଜୁଛି ପୋଲିସସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବାକୁ ଲୋଡ଼ିଲେ ଆଗୁଆ ଜାମିନ

ଗତ ୧୨ ତାରିଖରେ ବଲାଙ୍ଗିର ଜିଲ୍ଲା ଚନ୍ଦନଭାଟିରେ ଅଶ୍ଳୀଳ ନୃତ୍ୟ ଅଭିଯୋଗରେ ମାମଲା ରୁଜୁ ହୋଇଛି। ୨ ଆୟୋଜକଙ୍କୁ ପୋଲିସ ଅଟକ ରଖିବା ପରେ ନିଶାଙ୍କ ସମସ୍ୟା ବଢିଛିଗୋଟିଏ ଟିମ ଭୁବନେଶ୍ୱର ଆସି ନିଶାଙ୍କୁ ଖୋଜୁଥିବା ସୂଚନା ମିଳିଛିକିଛିଦିନ ଆଗରୁ ଭଦ୍ରକରେ ଅଶ୍ଳୀଳ ନାଚ ପ୍ରଦର୍ଶନ କରିବାରୁ ପେଣ୍ଡାଲ ଉପରେ ଚଢି ଦର୍ଶକ ହୋହଲ୍ଲା କରିଥିଲେଏହାପରେ ଛତିଶଗଡରେ ସେହିଭଳି ନୃତ୍ୟ ପ୍ରଦର୍ଶନ କରିବାରୁ ୧୪ଜଣଙ୍କୁ ପୋଲିସ ଗିରଫ କରିଥିଲା

ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ଉରମାଲଠାରେ ଚାଲିଥିବା ଓଡ଼ିଆ ଅପେରାରେ ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟକୁ ନେଇ ଜୋରଦାର ହଙ୍ଗାମା ହୋଇଥିଲାଏହି ଅଶ୍ଳୀଳ ନୃତ୍ୟ ସୋସିଆଲ୍ମିଡିଆରେ ଭାଇରାଲ୍ହେବା ପରେ ଗରିଆବନ୍ଧ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେବା ସହିତ ମୈନପୁର ଉପଜିଲ୍ଲାପାଳଙ୍କୁ ବଦଳି କରିଛନ୍ତିସେହିଭଳି ପୋଲିସ ପକ୍ଷରୁ ୧୪ ଜଣ ଆୟୋଜକଙ୍କୁ ଗିରଫ କରାଯାଇଛି। ୩ ଜଣ ପୋଲିସ କର୍ମଚାରୀ ମଧ୍ୟ ନିଲମ୍ବିତ ହୋଇଛନ୍ତି

Leave A Reply

Your email address will not be published.