Latest Odisha News

BREAKING NEWS

ଆଉ ନାହାନ୍ତି ଦୃଶ୍ୟମ୍ ନିର୍ଦ୍ଦେଶକ ନିଶିକାନ୍ତ କାମତ

ହାଇଦ୍ରାବାଦ: ପରଲୋକରେ ନିର୍ଦ୍ଦେଶକ ନିଶିକାନ୍ତ କାମତ । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିବା କାରଣରୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟରରେ ଥିଲେ । ୫୦ ବର୍ଷୀୟ ନିଶିକାନ୍ତ ଲିଭର ସିରୋସିସ୍ ରୋଗରେ ପୀଡିତ ଥଲେ ।

ଏହି ଖବର ଜଣାପଡିବା ପରେ ସୋସିଆଲ ମିଡିଆରେ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଓ ଫ୍ୟାନମାନେ ଶୋକବ୍ୟକ୍ତ କରିଛନ୍ତି ।


ସେ ୨୦୦୫ ମସିହାରେ ମରାଠୀ ଫିଲ୍ମ ‘ଡୋମ୍ବିଭାଲୀ ଫାଷ୍ଟ’ଜରିଆରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହି ଫିଲ୍ମକୁ ଦର୍ଶକଙ୍କ ଖୁବ୍ ଭଲ ରେସପନ୍ସ ମିଳିଥିଲା । ଏହା ପରେ ସେ ଅନ୍ୟ ମରାଠୀ ଓ ବଲିଉଡ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ।

ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ମଧ୍ୟରେ ରହିଛି ‘ଦୃଶ୍ୟମ’, ‘ମୁମ୍ବାଇ ମେରୀ ଜାନ୍’‌, ‘ମଦାରୀ’ ଇତ୍ୟାଦି । ଏଥି ସହ ତାଙ୍କ ଅଭିନୟ ମଧ୍ୟ ବେଶ୍ ଉଚ୍ଚକୋଟୀର ଥିଲା ।

Leave A Reply

Your email address will not be published.