Latest Odisha News

BREAKING NEWS

ଏନଆଇଟି ଗବେଷକଙ୍କ ସଫଳତା; ଫୁଲର ଅଳିଆରୁ ବାୟୋଡିଗ୍ରେଡେବଲ୍ ପ୍ୟାକେଜିଂର ବିକଳ୍ପ ବିକଶିତ

ରାଉରକେଲା: ରାଉରକେଲା ଏନ୍‌ଆଇଟି ଅନୁଷ୍ଠାନର ଏକ ଗବେଷକ ଦଳ ଫୁଲ ଅଳିଆରୁ ବାୟୋଡିଗ୍ରେଡେବଲ୍ ପ୍ୟାକେଜିଂର ବିକଳ୍ପ ବିକଶିତ କରିଛନ୍ତି। ଗବେଷଣା କ୍ଷେତ୍ରରେ ରାଉରକେଲା ଏନ୍‌ଆଇଟିକୁ ଆଉ ଏକ ଉପଲବ୍ଧି । ରସାୟନ ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରଫେସର ରାଜ କିଶୋର ପଟେଲଙ୍କ ମାର୍ଗଦର୍ଶନରେ ସୌଭିକ୍ ମଣ୍ଡଳ, ସୁଦୀପ୍ତ ପାହାରୀ ଓ ପିଏଚ୍‌ଡି ସ୍ନାତକ ଡ. ଅଭିଜିତ ବେହେରାଙ୍କ ଦ୍ବାରା ବିକଶିତ ଏହି ଉଦ୍ଭାବନକୁ ପେଟେଣ୍ଟ୍‌ ମିଳିସାରିଛି।

ଏହା ପ୍ଲାଷ୍ଟିକ୍ ପ୍ରଦୂଷଣ ଓ ଜୈବ ଅଳିଆ ସଂଗ୍ରହର ପ୍ରମୁଖ ବୈଶ୍ବିକ ସମସ୍ୟା ସମାଧାନ କରିବା ଦିଗରେ ଏହା ସହାୟକ ହେବ। ଏହି ସାମଗ୍ରୀ ପ୍ରାସଙ୍ଗିକ ISO ଏବଂ BIS ମାନଦଣ୍ଡ ପୂରଣ କରେ

ଏନେଇ ପ୍ରଫେସର ପଟେଲ କହିଛନ୍ତି, କେବଳ ରାଉରକେଲା ସହରରେ ଦୈନିକ ପ୍ରାୟ ୨.୫ ଟନ୍‌ ଫୁଲ ନଷ୍ଟ ହେଉଛି। ଯଦି ଜାତୀୟସ୍ତରକୁ ନିଆଯାଏ, ତା’ହେଲେ ଏହି ଉଦ୍ଭାବନର ପରିବେଶଗତ ଓ ବାଣିଜ୍ୟିକ ସମ୍ଭାବନା ବେଶ୍ ଭଲ ରହିବ । ଜୈବ ଅପଚୟ ପରିଚାଳନାର ସମସ୍ୟାକୁ ସମାଧାନ କରିବା ସହ ଫୁଲ ଚାଷୀ, ଧାର୍ମିକ ଅନୁଷ୍ଠାନ, କ୍ଷୁଦ୍ର ବର୍ଜ୍ୟସଂଗ୍ରହକାରୀଙ୍କ ମଧ୍ୟରେ ଜୀବିକା ସୃଷ୍ଟି ପାଇଁ ବାଟ ଫିଟାଇବ ।

ଗବେଷକମାନେ ଏକ ପଦ୍ଧତି ବିକଶିତ କରିଛନ୍ତି ଯାହା ସାଧାରଣତଃ ବହୁ ପରିମାଣରେ ପରିତ୍ୟାଗ କରାଯାଉଥିବା ଫୁଲର ଅଳିଆକୁ ଏକ ସ୍ଥାୟୀ, ଅଣ-ବିଷାକ୍ତ ଏବଂ କମ୍ପୋଷ୍ଟେବଲ୍ ପ୍ୟାକେଜିଂ ତିଆରି ହେବ ।

 

Comments are closed.