Latest Odisha News

BREAKING NEWS

୪ ମିନିଟରେ କେମିତି ଖସିଲା ମତଦାନ ପ୍ରତିଶତ ? ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା TMC

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୩୦ଟି ଆସନରେ ସକାଳ ୭ଟାରୁ ଚାଲିଛି ମତଦାନ । ତେବେ ମତଦାନ ପ୍ରତିଶତକୁ ନେଇ ତୃଣମୂଳ କଂଗ୍ରେସ ନିର୍ବାଚନ କମିଶନଙ୍କୁ ଅଭିଯୋଗ କରିଛି । କେତେକ ମତଦାନ କେନ୍ଦ୍ରରେ ଅଚାନକ ମତଦାନ ପ୍ରତିଶତ କମ୍ ହୋଇଯିବାକୁ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି ଟିଏମସି ।

ମତଦାନ ପ୍ରତିଶତରେ ଏପେଟ ସେପଟ କରାଯାଇଥିବା ନେଇ ଟିଏମସି ଲିଖିତ ଅଭିଯୋଗ କରିଛି । ଟିଏମସି କହିଛି କାଣ୍ଠି ଦକ୍ଷିଣ (୨୧୬) ଓ କାଣ୍ଠି ଉତ୍ତର (୨୧୩) ମତଦାନ କେନ୍ଦ୍ରରେ ସକାଳ ୯ଟା ୧୩ରେ ମତଦାନ ପ୍ରତିଶତ ଯଥାକ୍ରମେ ୧୮.୪୭% ଓ ୧୮.୯୫% ଥିଲା । କିନ୍ତୁ ମାତ୍ର ୪ ମିନିଟ୍ ପରେ ୯ଟା ୧୭ରେ ମତଦାନ ପ୍ରତିଶତ ଯଥାକ୍ରମେ ୧୦.୬୦% ଓ ୯.୪୦%କୁ ଖସି ଆସିଥିଲା । ଏନେଇ ଟିଏମସି ଅଭିଯୋଗ କରିବା ସହ ନିର୍ବାଚନ କମିଶନ ଏହାର ତଦନ୍ତ କରିବାକୁ ଦାବି କରାଯାଇଛି ।

ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି । ୫ ଜିଲ୍ଲାର ୩୦ ଗୋଟି ବିଧାନସଭା ଆସନ ଲାଗି ଚାଲିଛି ଭୋଟିଂ । ସକାଳ ୧୦ଟା ସୁଦ୍ଧା ୧୫.୩୦ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ଆଜି ଦିନ ୧୨ଟା ବେଳେ ଟିଏମସିର ଲୋକସଭା ସଂସଦୀୟ ଦଳ ନେତା ସୁଦୀପ ବନ୍ଦୋପାଧ୍ୟାୟ ଓ ରାଜ୍ୟସଭା ସାଂସଦ ଡେରେକ ଓ ବ୍ରାୟନଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍ ନିର୍ବାଚନ କମିଶନ ଅଧିକାରୀଙ୍କୁ ଭେଟିବେ ।

Leave A Reply

Your email address will not be published.