ନୂଆଦିଲ୍ଲୀ: ଆଜି ଭାରତୀୟ ମହିଳା ବ୍ୟବସାୟୀ ଏବଂ ରିଲାଏନ୍ସ ଫାଉଣ୍ଡେସନ ପ୍ରତିଷ୍ଠାତା ନୀତା ଅମ୍ବାନୀଙ୍କ ୫୭ ତମ ଜନ୍ମଦିନ। ଶିଳ୍ପପତି ତଥା ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଧୀରୁଭାଇ ଅମ୍ବାନୀ ମଧ୍ୟ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ତଥା ଆଇପିଏଲ୍ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସର କୋ-ଓନର୍ ଅଛନ୍ତି। ନୀତା ୧ ନଭେମ୍ବର ୧୯୬୪ରେ ମୁମ୍ବାଇର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତେବେ ମୁକେଶ ଅମ୍ବାନୀ ଏବଂ ନୀତାଙ୍କ ବିବାହକୁ ନେଇ ରୋମାଞ୍ଚକର କାହାଣୀ ମଧ୍ୟ ରହିଛି।
ବିବାହ ପାଇଁ ମୁକେଶ ଅମ୍ବାନୀ ନୀତାଙ୍କୁ ପ୍ରସ୍ତାବ ଦେବାର ଘଟଣା ମଧ୍ୟ ଅତ୍ୟନ୍ତ କୌତୁହଳପୂର୍ଣ୍ଣ। ମୁକେଶ ଏବଂ ନୀତା ମୁମ୍ବାଇର ପେଡର୍ ରୋଡରୁ କାର ଯୋଗେ ଯାଉଥିଲେ, କାରଟି ଏକ ସିଗନାଲରେ ଅଟକି ଯାଇଥିଲା। କାର ଅଟକିବା ପରେ ମୁକେଶ ନୀତାଙ୍କୁ ପଚାରିଲେ, ତୁମେ ମୋତେ ବିବାହ କରିବ କି? ଏହି ସମୟ ଟ୍ରାଫିକ୍ ସିଗ୍ନାଲ୍ ଗ୍ରୀନ୍ ହୋଇଯାଇଥିଲା ଏବଂ ମୁକେଶଙ୍କ କାର୍ ପଛରେ ଥିବା ଅନେକ ଗାଡି ହର୍ଣ୍ଣ ମାରିବା ଆରମ୍ଭ କରିଦେଇଥିଲେ। ତା’ପରେ ନୀତା ମୁକେଶଙ୍କୁ ଗାଡି ଚଳାଇବାକୁ କହିଥିଲେ କିନ୍ତୁ ମୁକେଶ ଏହାର ଉତ୍ତର ପାଇବା ପରେ ହିଁ ମୁକେଶ ଗାଡି ଚଳାଇବେ ବୋଲି କହିଥିଲେ। ଏହା ପରେ ନୀତା ବିବାହ ପାଇଁ ହଁ କହିଥିଲେ। ଏହା ପରେ ମୁକେଶ ଅମ୍ବାନୀ ଗାଡି ଚଳାଇବା ଆରମ୍ଭ କରିଥିଲେ। ଏହିଭଳି ଭାବେ ମୁକେଶ ଅମ୍ବାନୀ ନୀତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ।
Comments are closed.