ୱାଶିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ସାରା ବିଶ୍ୱର ପ୍ରମୁଖ ନେତା ଏବଂ ପ୍ରସିଦ୍ଧ ବ୍ୟକ୍ତିମାନେ ୱାଶିଂଟନରେ ପହଞ୍ଚିଛନ୍ତି।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଉ ନିଜ ଲୁକ୍ ପାଇଁ ନୀତା ଏବେ ଚର୍ଚ୍ଚାରେ।
ଏହି କାର୍ଯ୍ୟକ୍ରମରେ ନୀତା ଅମ୍ବାନୀ ପାରମ୍ପରିକ କାଞ୍ଚିପୁରମ ସିଲ୍କ ଶାଢ଼ି ପିନ୍ଧିଥିଲେ। ଯାହାକୁ କାଞ୍ଚିପୁରମର ଭବ୍ୟ ମନ୍ଦିରଗୁଡ଼ିକର ଆଧ୍ୟାତ୍ମିକ ଏବଂ ଐତିହାସିକ ବିଷୟବସ୍ତୁ ଦ୍ୱାରା ଅନୁପ୍ରାଣିତ ୧୦୦ ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପାରମ୍ପରିକ ପାର୍ଟନ ସହିତ ଡିଜାଇନ୍ କରାଯାଇଥିଲା। ଏଥିସହିତ ସେ ଏକ କଳା ରଙ୍ଗର ଫୁଲ୍ ସ୍ଲିବସ୍ ବ୍ଲାଉଜ୍ ଏବଂ ଅଳଙ୍କାର ମଧ୍ୟ ପିନ୍ଧିଥିଲେ।
ତେବେ ଜାତୀୟ ପୁରସ୍କାର ବିଜେତା କାରିଗର ବି. କୃଷ୍ଣମୂର୍ତ୍ତିଙ୍କ ଦ୍ୱାରା ବୁଣାଯାଇଥିବା ଏହି ଶାଢ଼ିରେ ନୀତା ଅମ୍ବାନୀ ଖୁବ୍ ସୁନ୍ଦର ଦେଖାଯାଉଥିଲେ। ସେହିପରି ଭେଲଭେଟ୍ ବ୍ଲାଉଜକୁ ଡିଜାଇନ୍ କରିଥିଲେ ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା।
ଆହୁରି ମଧ୍ଯ ସେ ୨୦୦ ବର୍ଷର ପୁରୁଣା ଏକ ପେଡେଣ୍ଡ ପିନ୍ଧିଥିଲେ। ଯାହା ତାଙ୍କ ଲୁକକୁ ଅଧିକ ଷ୍ଟାଇଲିସ୍ କରିଥିଲା।
Comments are closed.