Latest Odisha News

BREAKING NEWS

୨୦୨୮ ସୁଦ୍ଧା ବଜାରକୁ ଆସିବ ଫ୍ଲାଇଙ୍ଗ୍ ଟ୍ୟାକ୍ସି

ନୂଆଦିଲ୍ଲୀ: ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫ରେ ଅଟୋ ସେକ୍ଟର କମ୍ପାନୀଗୁଡିକ ଅନେକ କାର, ସ୍କୁଟର, ସୋଲାର ଇଭି ଲଞ୍ଚ କରିଛନ୍ତି । କିନ୍ତୁ ଏସବୁ ମଧ୍ୟରେ ଏରୋସ୍ପେସ୍ ଷ୍ଟାର୍ଟଅପ୍ କମ୍ପାନୀ ସରଲା ଆଭିଏସନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ​​। ଭାରତ ଏକ୍ସପୋରେ ଏହି କମ୍ପାନୀ ଏକ ପ୍ରୋଟୋଟାଇପ୍ ଶୁନ୍ୟ ଏୟାର ଟ୍ୟାକ୍ସି ଉନ୍ମୋଚନ କରିଛି , ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ବେଙ୍ଗାଲୁରୁର କମ୍ପାନୀ ସରଲା ଆଭିଏସନ ଏୟାର ଟ୍ୟାକ୍ସି ଉନ୍ମୋଚନ କରିଛି। କମ୍ପାନୀ କହିଛି ଯେ, ଏହି ଟ୍ୟାକ୍ସି ଘଣ୍ଟା ପ୍ରତି ୨୫୦ କିଲୋମିଟର ବେଗରେ ଉଡିପାରିବ ଏବଂ ଏହା ସ୍ୱଳ୍ପ ଦୂରତା ଯାତ୍ରା ପାଇଁ ହେବ। ଏହା ତିରିଶି କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ ଏବଂ ସର୍ବାଧିକ ୬୮୦ କିଲୋଗ୍ରାମ ଭାର ବହନ କରିପାରିବ ।

ସରଲା ଆଭିଏସନର ସହ ସଂସ୍ଥାପକ ତଥା ସିଇଓ କହିଛନ୍ତି ଯେ, ଶୂନ୍ୟ ଏକ ଟେକ୍ନୋଲୋଜି ସଫଳତାଠାରୁ ଅଧିକ; ଜନଗହଳି ପୂର୍ଣ୍ଣ ଅଞ୍ଚଳର ଲୋକଙ୍କୁ ସ୍ୱଳ୍ପ ଦୂରତା ଯାତ୍ରା କରିବାକୁ ଅଧିକ ସମୟ ଦେବାକୁ ପଡିବ ନାହିଁ । ଏଥିରେ ୬ ଜଣ ଯାତ୍ରୀ ଏକ ସମୟରେ ଯାତ୍ରା କରିପାରିବେ । ୨୦୨୮ ସୁଦ୍ଧା ବେଙ୍ଗାଲୁରୁରେ ଇଲେକ୍ଟ୍ରିକ୍ ଫ୍ଲାଇଙ୍ଗ ଟ୍ୟାକ୍ସି ଲଞ୍ଚ କରିବାକୁ କମ୍ପାନୀ ଯୋଜନା କରିଛି।

ସରଲା ଆଭିଏସନ କହିଛି ଯେ, ବେଙ୍ଗାଲୁରୁ ପରେ ଏହା ମୁମ୍ବାଇ ଏବଂ ଦିଲ୍ଲୀ ଭଳି ସହରରେ ମଧ୍ୟ ଏହାର ପ୍ରକଳ୍ପ ଆରମ୍ଭ କରିବ। ଏହା ବ୍ୟତୀତ ତୁରନ୍ତ ଚିକିତ୍ସା ସେବା ଯୋଗାଇବା ପାଇଁ କମ୍ପାନୀ ମାଗଣା ଆମ୍ବୁଲାନ୍ସ ସେବା ଆରମ୍ଭ କରିବ।

 

Comments are closed.