Latest Odisha News

BREAKING NEWS

ଜେଜେବାପା ହେଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଏସିଆର ସବୁଠାରୁ ଧନୀ ଭାବେ ବିବେଚିତ ହେଉଥିବା ମୁକେଶ ଅମ୍ବାନୀ ଗୁରୁବାର ଜେଜେବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ମୁକେଶଙ୍କ ପୁଅ ଆକାଶ ଅମ୍ବାନୀଙ୍କ ପତ୍ନୀ ଶ୍ଳୋକା ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି । ଅମ୍ବାନି ପରିବାର ପକ୍ଷରୁ ଏକ ବିବୃତିରେ ଏହା ଉଲ୍ଲେଖ କରାଯାଇଛି ।

୨୦୧୯ରେ ଆକାଶ ହୀରା ବ୍ୟବସାୟୀ ରସେଲ ମେହେଟ୍ଟାଙ୍କ ଝିଅ ଶ୍ଲୋକାଙ୍କୁ ବିବାହ କରିଥିଲେ । ଅମ୍ବାନି ଓ ମେହେଟ୍ଟାଙ୍କ ପରିବାର ମଧ୍ୟରେ ନାତି ହେବା ନେଇ ଖୁସିର ମାହୋଲ ଖେଳିଯାଇଛି । ଶ୍ଲୋକା ଏବଂ ପୁତ୍ର ସନ୍ତାନ ଉଭୟ ସୁସ୍ଥ ଅଛନ୍ତି । ସୂଚନାଯୋଗ୍ୟ, ମୁକେଶଙ୍କ ୩ ସନ୍ତାନ ମଧ୍ୟରେ ଆକାଶ ବଡ ପୁଅ ।

Comments are closed.