Latest Odisha News

BREAKING NEWS

ନୀତେଶଙ୍କ ରାମାୟଣ ଫିଲ୍ମ ପ୍ରୋଜେକ୍ଟ ଉପରେ ସଙ୍କଟ, ୩ ପ୍ରଡ୍ୟୁସର ଓହରିଲେ

ମୁମ୍ବାଇ: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ରାମାୟଣ ଫିଲ୍ମ ପ୍ରୋଜେକ୍ଟ ଉପରେ ଏବେ ସଙ୍କଟ ଦେଖା ଦେଇଛି । ୨୦୨୩ ଶେଷ ସୁଦ୍ଧା ଫିଲ୍ମର ଶୁଟିଂ ଆରମ୍ଭ ହେବାକୁ ଥିଲା । ମାତ୍ର ୩ଜଣ ପ୍ରଡ୍ୟୁସର ଏବେ ଏହି ପ୍ରୋଜେକ୍ଟରୁ ଓହରି ଯାଇଛନ୍ତି । ମଧୁ ମଂଟେନା, ନମିତ ମାଲହୋତ୍ରା ଓ ଅଲ୍ଲୁ ଅରବିନ୍ଦ ଏକତ୍ର ଫିଲ୍ମ କରିବା ପାଇଁ ନିଷ୍ପତି ନେଇଥିଲେ । ମାତ୍ର ମତଭେଦ ଯୋଗୁ ଏବେ ଜଣଙ୍କ ପରେ ଜଣେ ଏଥିରୁ ଓହରିବାରେ ଲାଗିଛନ୍ତି । ଆଦିପୁରୁଷ ଫିଲ୍ମ ଯୋଗୁ ସୃଷ୍ଟି ହୋଇଥିବା ବିବାଦ ଏହାକୁ ବିଶେଷ ଭାବେ ପ୍ରଭାବିତ କରିଥିଲା ।

BjdElectrycity

ନୀତେଶ ୩ଟି ପାର୍ଟରେ ଏହାକୁ ନିର୍ମାଣ କରିବାକୁ ଚାହୁଁଥିଲେ । ମାତ୍ର ଏବେ ଏହା ଆଉ ସମ୍ଭବପର ଲାଗୁନି । ଶ୍ରୀରାମଙ୍କ ଭୂମିକାରେ ରଣବୀର କାପୁରଙ୍କ ନାମ ଉଠିଥିଲା । ସେ ମଧ୍ୟ ଏଥି ପ୍ରତି ଆଉ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ନଭେମ୍ବର ସୁଦ୍ଧା ଷ୍ଟାର କାଷ୍ଟର ଚୂଡାନ୍ତ ଚୟନ ହେବାକୁ ଥିଲା । ମାତ୍ର ଏ ପର୍ଯ୍ୟନ୍ତ ଏହା ଆଗକୁ ବଢ଼ିପାରି ନାହିଁ ।

Leave A Reply

Your email address will not be published.