Latest Odisha News

BREAKING NEWS

ପରଦାକୁ ଆସିବ ସିଂଘମ ଏଗେନ୍‌, ଅନୁଷ୍ଠିତ ହେଲା ଶୁଭ ମହୁରତ

ମୁମ୍ବାଇ: ଫିଲ୍ମ ‘ସିଂଘମ ଏଗେନ୍‌’ର ଶୁଭ ମହୁରତ ନିକଟରେ ଅନୁଷ୍ଠିତ ହୋଇଯାଇଛି । ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଦର୍ଶକଙ୍କ ପାଇଁ ଏହି ଫିଲ୍ମ ଭେଟି ଦେବାକୁ ଯାଉଛନ୍ତି । ଏହି ଫିଲ୍ମରେ ପୁଣି ଅଜୟ ଦେବଗନଙ୍କ ସମେତ ଅନେକ ତାରକା ନଜର ଆସିବେ । ଶୁଭ ମହୁରତ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

BjdElectrycity

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଶୁଭ ମହୁରତରେ ପୂଜା କରାଯାଉଛି । ଏହି ସମୟରେ ଅଜୟ ଦେବଗନ, ରୋହିତ ଶେଟ୍ଟୀ, ଅକ୍ଷୟ କୁମାର ଏବଂ ରଣଭୀର ସିଂ ଉପସ୍ଥିତ ଅଛନ୍ତି । ଏହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଏହି ପୋଷ୍ଟ ସେୟାର କରି ଅଜୟ ଦେବଗନ କ୍ୟାପସନରେ ଲେଖିଛନ୍ତି – ଆମେ ୧୨ବର୍ଷ ପୂର୍ବେ ଭାରତୀୟ ସିନେମାକୁ ଏହାର ସବୁଠୁ ବଡ ସିନେମାଟିକ କୋପ୍ ୟୁନିଭର୍ସ ଭେଟି ଦେଇଥିଲୁ । ବର୍ଷ ବର୍ଷ ଧରି ଆମେ ଲୋକଙ୍କଠାରୁ ପାଇଥିବା ଭଲ ପାଇବା ସହିତ, ‘ସିଂଘମ’ ପରିବାର ଆହୁରି ଶକ୍ତିଶାଳୀ ଏବଂ ବଡ ହୋଇଯାଇଛି । ଏବେ ପୁଣି ଥରେ ଆମେ ଦର୍ଶକଙ୍କୁ ‘ସିଂଘମ ଏଗେନ୍‌’ ଭେଟି ଦେବୁ । ଏହି ଫିଲ୍ମରେ ଅଭିନେତା ଅର୍ଜୁନ କପୁର ଖଳନାୟକ ଭୂମିକାରେ ନଜର ଆସିବେ ବୋଲି ଜଣାଯାଇଛି ।

Leave A Reply

Your email address will not be published.