Latest Odisha News

BREAKING NEWS

ମାଇକ୍ ବନ୍ଦ କରି ଦିଆଗଲା ନା ଶ୍ରୀଘ୍ର ଫେରିବେ ବୋଲି କମ୍ କହି ବୈଠକରୁ ପଳାଇ ଆସିଲେ ମମତା?

ନୂଆଦିଲ୍ଲୀ: ଯେତେବେଳେ ଦିଲ୍ଲୀରେ ନୀତି ଆୟୋଗ ବୈଠକରେ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଛାଡି ଅନ୍ୟମାନେ ବହିଷ୍କାର କରିଛନ୍ତି। ସେହିସମୟରେ ମମତାଙ୍କ ମୁଡ ବଦଳୁଛି କି ଚର୍ଚ୍ଚା ହେଉଥିବା ବେଳେ ବୈଠକ ମଝିରେ ମମତାଙ୍କ ହାବଭାବ ପୁଣି ବଢୁଥିବା ଚର୍ଚ୍ଚାରେ ବିରାମ ଲଗାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗ ବୈଠକକୁ ନେଇ ଅସନ୍ତୋଷ ପ୍ରକାଶ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କୁ ୫ ମିନିଟ୍ ରୁ ଅଧିକ ସମୟ ନିଜର ବାର୍ତ୍ତା ରଖିବାକୁ ଦିଆଗଲା ନାହିଁ ଏବଂ ତାଙ୍କ ମାଇକ୍ ବନ୍ଦ କରିଦିଆଗଲା ବୋଲି ଅଭିଯୋଗ କରି ବୈଠକ ଛାଡି ପଳାଇ ଆସିଲେ।

ବିରୋଧୀ ଶାସିତ ରାଜ୍ୟରୁ ଏକମାତ୍ର ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ଯୋଗ ଦେଇଥିବା ମମତା ବାନାର୍ଜୀ କହିଛନ୍ତି ଯେ ପଶ୍ଚିମବଙ୍ଗକୁ କେନ୍ଦ୍ରୀୟ ପାଣ୍ଠିରୁ ବଞ୍ଚିତ କରାଯିବା ପ୍ରସଙ୍ଗ ଉଠାଇବା ବେଳେ ତାଙ୍କ ମାଇକ୍ ବନ୍ଦ କରି ଦିଆଗଲା।

“ମୋତେ କେବଳ ପାଞ୍ଚ ମିନିଟ୍ ପାଇଁ କଥା ହେବାକୁ ଅନୁମତି ଦିଆଗଲା । ଚନ୍ଦ୍ରବାବୁ ନାଇଡୁଙ୍କୁ ଭାଷଣ ଦେବା ପାଇଁ ୨୦ ମିନିଟ୍ ସମୟ ଦିଆଯାଇଥିଲା। ଆସାମ, ଗୋଆ, ଛତିଶଗଡ଼ର ମୁଖ୍ୟମନ୍ତ୍ରୀମାନେ ୧୦-୧୨ ମିନିଟ୍ ନିଜର ଆଭିମୁଖ୍ୟ ରଖିଥିଲେ। ମୁଁ ମୋର ପ୍ରତିବାଦ ଜଣାଇ ବାହାରକୁ ଆସିଥିଲି ବୋଲି ତୃଣମୂଳ କଂଗ୍ରେସ ମୁଖ୍ୟ କହିଛନ୍ତି।

ମମତା ବାନାର୍ଜୀ କହିଛନ୍ତି, ପଶ୍ଚିମବଙ୍ଗକୁ କେନ୍ଦ୍ରୀୟ ପାଣ୍ଠି ଦିଆଯାଉନଥିବା କଥା ମୁଁ କହୁଥିଲି, ଏହି ସମୟରେ ସେମାନେ ମୋ ମାଇକ୍ କୁ ବନ୍ଦ କରି ଦେଇଥିଲେ। ଏହି ପଦକ୍ଷେପକୁ ପଶ୍ଚିମବଙ୍ଗ ଏବଂ ସମସ୍ତ ଆଞ୍ଚଳିକ ଦଳର ଅପମାନ ବୋଲି କହିଛନ୍ତି ମମତା ବାନାର୍ଜୀ।

ତେବେ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନାମ ଆଧାରରେ ମମତାଙ୍କ ପାଳି ମଧ୍ୟାହ୍ନ ଭୋଜନ ପରେ ଆସିଥାନ୍ତା। ପଶ୍ଚିମବଙ୍ଗ ସରକାରଙ୍କ ସରକାରୀ ଅନୁରୋଧ କ୍ରମେ ତାଙ୍କୁ ସପ୍ତମ ସ୍ଥାନରେ କହିବାକୁ ସୁଯୋଗ ଦିଆଯାଇଥିଲା କାରଣ ସେ ଶୀଘ୍ର ଫେରିବାକୁ ଚାହୁଁଥିଲେ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ଆଣିଥିବା ସମସ୍ତ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ଏହି ବୈଠକରେ ଯୋଗ ଦେଇଥିଲେ ଏବଂ ଆମେ ସମସ୍ତେ ତାଙ୍କ କଥା ଶୁଣିଥିଲୁ। ସେ କହିଛନ୍ତି ଯେ ପ୍ରତ୍ୟେକ ମୁଖ୍ୟମନ୍ତ୍ରୀଙ୍କୁ କହିବା ପାଇଁ ସୀମିତ ସମୟ ଦିଆଯାଇଥିଲା ଏବଂ ସେହି ସମୟକୁ ପ୍ରତିଫଳିତ କରିବା ପାଇଁ ତାଙ୍କ ଡେସ୍କରେ ଏକ ସ୍କ୍ରିନ୍ ଲଗାଯାଇଥିଲା।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ମମତା ବାନାର୍ଜୀ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ମାଇକ୍ ବନ୍ଦ ହୋଇଯାଇଛି, ଯାହା ସମ୍ପୂର୍ଣ୍ଣ ମିଥ୍ୟା। ଏହା ଦୁର୍ଭାଗ୍ୟଜନକ ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି ଯେ ତାଙ୍କ ମାଇକ୍ ବନ୍ଦ ହୋଇଯାଇଛି, ଯାହା ସତ ନୁହେଁ। ସେମାନେ ସତ କହିବା ଉଚିତ୍, ମିଛ ଉପରେ ନିର୍ମିତ କାହାଣୀ ନୁହେଁ।

ନୀତି ଆୟୋଗ ବୈଠକରେ କ’ଣ ହେଲା ମୁଁ ଦେଖିନାହିଁ, ମୁଁ କେବଳ ଏତିକି କହିପାରିବି ଯେ ଏହି ତଥାକଥିତ ଇଣ୍ଡି ମେଣ୍ଟ ଆଦୌ ମେଣ୍ଟ ନୁହେଁ କାରଣ ମମତା ପଶ୍ଚିମବଙ୍ଗରେ କଂଗ୍ରେସକୁ ଗୋଟିଏ ବି ଆସନ ଦେଇନଥିଲେ। ପଶ୍ଚିମବଙ୍ଗରେ ସେ କଂଗ୍ରେସକୁ କେତେ ସମ୍ମାନ ଦିଅନ୍ତି ତାହା ସମସ୍ତେ ଜାଣନ୍ତି।

Comments are closed.