ଭୁବନେଶ୍ବର: ସ୍ୱାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି। ବର୍ତ୍ତମାନ୍ ସ୍ଵାଭାବିକ ଭାବେ ଚାଲିଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ମଙ୍ଗଳ ଆଳତି ପରେ ଭକ୍ତମାନେ ଧାଡିରେ ଯାଇ ଦର୍ଶନ କରୁଛନ୍ତି। ଗତକାଲି ମକର ସଂକ୍ରାନ୍ତି ଭଳି ପବିତ୍ର ଦିବସରେ ଦିଅଁଙ୍କୁ ଅପୂଜା ଓ ଉପବାସ ରହିବାକୁ ପଡିଥିଲା। ଦୁଇ ସେବାୟତ ନିଯୋଗଙ୍କ ବିବାଦ ଯୋଗୁଁ ଦିଅଁ ଉପବାସ ରହିବାକୁ ନେଇ ଅଗଣିତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ମକର ସଂକ୍ରାନ୍ତିରେ ଘୃତ କମଳ ଲାଗି ହୋଇପାରିନି କି ମକର ଚାଉଳ ଭୋଗ ହୋଇନି। ଦିଅଁଙ୍କ ନୀତିକାନ୍ତିରେ ବିଭ୍ରାଟ ସୃଷ୍ଟି ହୋଇଥିଲା। ବୁଧବାର ରାତି ପ୍ରାୟ ସାଢ଼େ ୮ଟାରେ ଦିଅଁଙ୍କ ସନ୍ଧ୍ୟାଧୂପ ରେ ପର୍ବଜାତ ବିଶୋଇ କ୍ଷୀର ଦେଇନଥିବାରୁ ଚର୍ଚ୍ଚିତ ସେବାୟତ ଭୋଗ ଆଣିବାକୁ ମନା କରିଥିଲେ। ସେବେଠାରୁ ନୀତି ଆଗକୁ ବଢ଼ି ନଥିଲା। ଗତକାଲି ରାତି ସାଢ଼େ ୮ଟାରୁ ଗୁରୁବାର ଭୋର ୫ଟା ପର୍ଯ୍ୟନ୍ତ ଦିଅଁ ଉପବାସ ରହିଥିଲେ। ଆଜି ସକାଳେ ମନ୍ଦିର ଖୋଲିବା ପରେ ଦିଅଁଙ୍କ ନୀତିକାନ୍ତି ସ୍ବାଭାବିକ ହୋଇଛି।
Comments are closed.