Latest Odisha News

ଲଗାନ, ଯୋଦ୍ଧା ଆକବର ଫିଲ୍ମର ଆର୍ଟ ଡାଇରେକ୍ଟର ନିତିନଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ବଲିଉଡର ଅନ୍ୟତମ ଆର୍ଟ ଡାଇରେକ୍ଟର ନିତିନ ଦେଶାଇଙ୍କ ମୃତ ଦେହ ଉଦ୍ଦାର ହୋଇଛି। ଝୁଲନ୍ତା ଅବସ୍ଥାରେ ତାଙ୍କୁ କରଜତ ନିକଟସ୍ଥ ଖାଲାପୁର ରାୟଗଡ଼ସ୍ଥିତ ଏନଡି ଷ୍ଟୁଡିଓରୁ ଉଦ୍ଧାର କରାଯାଇଛି। ଅଗଷ୍ଟ ୯ରେ ତାଙ୍କର ୫୮ତମ ଜନ୍ମଦିନ । ଏହାର କିଛି ଦିନ ପୂର୍ବରୁ ଏଭଳି ଏକ ଚାଞ୍ଚଲ୍ୟକର ଖବର ଆସିଛି। ଆର୍ଥିକ ସଙ୍କଟ କାରଣରୁ ନିତିନ ଦେଶାଇ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି।

ନିତିନ ଦେଶାଇଙ୍କ ଏନଡି ଷ୍ଟୁଡିଓ ମୋ ନିର୍ବାଚନ ମଣ୍ଡଳୀରେ ଆସିଥାଏ, ଆର୍ଥିକ ଅନଟନ ଅନେକ ଦିନ ଧରି ଚାଲିଥିଲା ଏବଂ ସେହି କାରଣରୁ ସେ ଆଜି ସକାଳେ ଏନଡି ଷ୍ଟୁଡିଓରେ ଆତ୍ମହତ୍ୟା କରିଛନ୍ତି” ବୋଲି ସ୍ଥାନୀୟ ବିଜେପି ବିଧାୟକ ମହେଶ ବାଲଦି କହିଛନ୍ତି। ସେପଟେ ରାୟଗଡା ଏସପି ସୋମନାଥ ଘାର୍ଗେ କହିଛନ୍ତି, ଆମେ ସବୁ ଦିଗରୁ ତଦନ୍ତ କରୁଛୁ।

ଅଗଷ୍ଟ ୨ ତାରିଖ ଭୋର ୪ଟା ୩୦ରେ ନିତିନ ଦେଶାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଷ୍ଟୁଡିଓ ଭିତରକୁ ପୁଲିସ ଭ୍ୟାନ୍ ମଧ୍ୟ ପଶିଥିବା ଦେଖିବାକୁ ମିଳିଛି।ନିତିନ ଦେଶାଇ ‘ହମ ଦିଲ ଦେ ଚୁକେ ସନମ’, ‘ଦେବଦାସ’, ‘ଯୋଦ୍ଧା ଆକବର’ ଏବଂ ‘ଲଗାନ’ ଭଳି ବ୍ଲକବଷ୍ଟର ଫିଲ୍ମର ସେଟ୍ ଡିଜାଇନ୍ କରିଛନ୍ତି।

୨୦ ବର୍ଷର କ୍ୟାରିୟରରେ ନିତିନ ଆଶୁତୋଷ ଗୋବାରିକର, ବିଧୁ ବିନୋଦ ଚୋପ୍ରା, ରାଜକୁମାର ହିରାନୀ, ସଞ୍ଜୟ ଲୀଲା ଭଂସାଲୀଙ୍କ ଭଳି ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ୨୦୦୫ରେ ସେ ମୁମ୍ବାଇ ନିକଟବର୍ତ୍ତୀ କରଜତ ୫୨ ଏକର ଜମିରେ ନିଜର ଏନଡି ଷ୍ଟୁଡିଓ ଖୋଲିଥିଲେ, ଯାହା ପରେ ଯୋଦ୍ଧା ଆକବର, ଟ୍ରାଫିକ୍ ସିଗନାଲ୍ ଏବଂ କଲର୍ ରିଆଲିଟି ସୋ’ ବିଗ୍ ବସ୍ ଭଳି ସିନେମାକୁ ହୋଷ୍ଟ ହୋଇଛି।

Leave A Reply

Your email address will not be published.