Latest Odisha News

ଜାତୀୟ ରାଜପଥରେ ଦୁର୍ଘଟଣା ହେଲେ ମିଳିବ ମାଗଣା ଚିକିତ୍ସା

ନୂଆଦିଲ୍ଲୀ: ଏଣିକି ରାଜରାସ୍ତାରେ ଦୁର୍ଘଟଣା ହେଲେ ମିଳିବ ମାଗଣା ଚିକିତ୍ସା । ଦୁର୍ଘଟଣାରେ ପୀଡିତ ବ୍ୟକ୍ତିଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର । ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଘୋଷଣା କରିଛନ୍ତି । ଏନେଇ ଏକ ନୂଆ ସ୍ମିମ୍ ଘୋଷଣା କରାଯାଇଛି । ଏଥିରେ ଜାତୀୟ ରାଜପଥରେ ଦୁର୍ଘଟଣାରେ ଆହତ ହେଲେ ଜଣେ ବ୍ୟକ୍ତିଙ୍କୁ  ୭ ଦିନ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ । ତେବେ ସର୍ବାଧିକ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏହି ସ୍କିମରେ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ।

କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ “କ୍ୟାସଲେସ୍ ଟ୍ରିଟମେଣ୍ଟ” ଯୋଜନା ଘୋଷଣା କରିଛନ୍ତି । ଯାହା ଅଧୀନରେ ସରକାର ସଡ଼କ ଦୁର୍ଘଟଣା ପୀଡିତଙ୍କ ୭ ଦିନର ଚିକିତ୍ସା ପାଇଁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ବହନ କରିବେ । ତେବେ ଏହି ଯୋଜନାରେ ଯଦି ପୋଲିସକୁ ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ସରକାରଙ୍କୁ ସୂଚନା ପ୍ରଦାନ କରିଥାଏ, ତେବେ ସରକାର ହିଁ ଚିକିତ୍ସା ଖର୍ଚ୍ଚ ବହନ କରିବେ । ଏଥିସହିତ ହିଟ୍ ଆଣ୍ଡ୍ ରନ ମାମଲାରେ ମୃତକଙ୍କ ପରିବାର ପାଇଁ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମଧ୍ୟ ଘୋଷଣା କରିଛନ୍ତି ମନ୍ତ୍ରୀ ।

ତବେ ସଡକ ଦୁର୍ଘଟଣା ଉପରେ ଗୁରୁତ୍ବାରୋପ କରି ମନ୍ତ୍ରୀ କହିଛନ୍ତି, ସରକାରଙ୍କ ସର୍ବାଧିକ ପ୍ରାଥମିକତା ହେଉଛି ସଡ଼କ ସୁରକ୍ଷା । ୨୦୨୪ ମସିହାରେ ପ୍ରାୟ ୧.୮୦ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଯାହା ଚିନ୍ତାଜନକ ବୋଲି କହିଛନ୍ତି ମନ୍ତ୍ରୀ । ଏଥିମଧ୍ୟରୁ ୩୦,୦୦୦ ମୃତ୍ୟୁ ହେଲମେଟ୍ ନପିନ୍ଧିବା କାରଣରୁ ହୋଇଥିଲା ବୋଲି ମତ ରଖିଛନ୍ତି ଗଡକରୀ ।

Leave A Reply

Your email address will not be published.