ନୂଆଦିଲ୍ଲୀ: ଗତ ୯ ବର୍ଷ ମଧ୍ୟରେ ଭାରତର ସଡ଼କ ନେଟୱର୍କ ୫୯% ବୃଦ୍ଧି ପାଇଛି। ଆମେରିକା ପରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତର ରୋଡ୍ ନେଟୱର୍କ। ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି। ବର୍ତ୍ତମାନର ଭାରତର ସଡକ ନେଟୱର୍କ ୧,୪୫,୨୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଛି।
ନୂଆଦିଲ୍ଲୀରେ ‘ସରକାରଙ୍କ ୯ ବର୍ଷର ସଫଳତା’ ଉପରେ ଏକ ଆଲୋଚନାଚକ୍ରକୁ ସମ୍ବୋଧିତ କରି ନିତିନ ଗଡକରୀ କହିଛନ୍ତି ଯେ ୨୦୧୩-୧୪ ମଧ୍ୟରେ ୯୧,୨୮୭ କିଲୋମିଟର ଦୂରତା ସ୍ଥିର କରାଯାଇଥିଲା। ଗତ ୯ ବର୍ଷ ମଧ୍ୟରେ ସମସ୍ତ କ୍ଷେତ୍ରରେ ବିକାଶ ଘଟିଛି ଯାହା ଦେଶର ଚିତ୍ର ବଦଳାଇ ଦେଇଛି। ଏଥି ସହିତ ଟୋଲରୁ ଆସୁଥିବା ରାଜସ୍ୱ ୨୦୧୩-୧୪ ରେ ୪,୭୭୦ କୋଟିରୁ ୨୦୨୩ ଆର୍ଥିକ ବର୍ଷରେ ୪,୧୩୪୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
ଗାଡକରୀ କହିଛନ୍ତି, “୨୦୨୦ ସୁଦ୍ଧା ଟୋଲ ରାଜସ୍ୱକୁ ୧,୩୦,୦୦୦ କୋଟି ଟଙ୍କାକୁ ବୃଦ୍ଧି କରିବା ଲକ୍ଷ୍ୟ ରହିଛି। ଫାଷ୍ଟ୍ୟାଗ (FASTag) ର ବ୍ୟବହାର ଦ୍ୱାରା ଟୋଲ ପ୍ଲାଜାରେ ଅପେକ୍ଷା ସମୟକୁ ୪୭ ସେକେଣ୍ଡକୁ ହ୍ରାସ କରିବାରେ ସାହାଯ୍ୟ କରିଛି। ବର୍ତ୍ତମାନ ଏହାକୁ ୩୦ ସେକେଣ୍ଡରୁ କମ୍ କରିବାକୁ ପଦକ୍ଷେପ ନିଆଯାଇଛି। ଜାତୀୟ ରାଜପଥକୁ ଏକ ସୁଖଦ ଅନୁଭୂତି କରିବା ପାଇଁ ୬୭୦ ରାସ୍ତା କଡ଼ରେ ସୁବିଧା ବିକଶିତ କରାଯାଉଛି।
ଏହା ସହିତ ସେ କହିଛନ୍ତି ଯେ, ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ର ଆଇଏନଭିଆଇଟି (INVIT) ମଡେଲ ଅଧୀନରେ ଏକ ବଣ୍ଡ୍ ଇସ୍ୟୁ ଲଞ୍ଚ କରାଯାଇଥିଲା ଏବଂ ଏହାକୁ ଭଲ ପ୍ରତିକ୍ରିୟା ମିଳିଥିଲା। ଏନଏଚଏଆଇ ଭାରତର ଦୀର୍ଘତମ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ନିର୍ମାଣ କାର୍ଯ୍ୟ ସମାପ୍ତ କରିଛି। ସେ କହିଛନ୍ତି ଯେ ମୁମ୍ବାଇ ଷ୍ଟକ୍ ଏକ୍ସଚେଞ୍ଜରେ ଉପଲବ୍ଧ ହେବାର ପ୍ରଥମ ଦିନ ମଧ୍ୟରେ ଏହି ବଣ୍ଡକୁ ସାତ ଥର ସବସ୍କ୍ରାଇବ କରାଯାଇଥିଲା। ଗାଡକରୀ ମଧ୍ୟ ଏନଏଚଏଆଇ ଆଇଏନଭିଆଇଟି ରେ ନିବେଶ କରିବା ଉପରେ ବିଚାର କରିବାକୁ ନିବେଶକମାନଙ୍କୁ ନିବେଦନ କରିଛନ୍ତି।
Comments are closed.