Latest Odisha News

BREAKING NEWS

ସିଦ୍ଧ ମହାବୀର ଫ୍ଲାଏ ଓଭର ନିର୍ମାଣ ନେଇ ନୀତିନ ଗଡ଼କରୀଙ୍କୁ ଭେଟିଲେ ସମ୍ବିତ ପାତ୍ର

ପୁରୀ: ପୁରୀ କୋଣାର୍କ ଜାତୀୟ ରାଜପଥରେ ସିଦ୍ଧ ମହାବୀର ଫ୍ଲାଏ ଓଭର ନିର୍ମାଣ ନେଇ ନୀତିନ ଗଡକରୀଙ୍କୁ ଭେଟିଛନ୍ତି ସମ୍ବିତ ପାତ୍ର।

ରେଳଧାରଣା ଉପରେ ଫ୍ଲାଏ ଓଭର ବ୍ରିଜ୍ ନହେବାରୁ ଘଂଟା ଘଂଟା ଧରି ଯାତ୍ରୀମାନଙ୍କ ସମୟ ନଷ୍ଟ ହେଉଛି। ସିଦ୍ଧମହାବୀର ଫ୍ଲାଏ ଓଭର ବ୍ରିଜ ନିର୍ମାଣ ନେଇ ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ଏବଂ ପୁରୀ ବିଧାନସଭା ସଦସ୍ୟ ଜୟନ୍ତ ଷଡ଼ଙ୍ଗୀ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରିଙ୍କ ସହ ଆଲୋଚନା କରିଛନ୍ତି ।

ମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବେ ଏବଂ ତୁରନ୍ତ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ହେବାନେଇ ପ୍ରକଳ୍ପକୁ ତ୍ୱାରାନ୍ୱିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

କେବଳ ପୁରୀବାସୀ ନୁହଁନ୍ତି ସମସ୍ତ ପର୍ଯ୍ୟଟକ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ହେଲେ ଏହାର ସୁବିଧା ପାଇପାରିବେ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।

 

Leave A Reply

Your email address will not be published.