Latest Odisha News

BREAKING NEWS

ପାକିସ୍ତାନରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା, ୨୨ ମୃତ

କରାଚି: ରବିବାର ପାକିସ୍ତାନରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି । ରାବଲପିଣ୍ଡି ଯାଉଥିବା ହଜାରା ଏକ୍ସପ୍ରେସର ୧୦ଟି ବଗି ଲାଇନଚ୍ୟୁତ୍ ହୋଇଥିବା ବେଳେ ଏବେ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ ହୋଇଛି । ୮୦ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଶହଜାଦପୁର ଓ ନବାବଶାହ ମଝିରେ ଥିବା ସହାରା ରେଲୱେ ଷ୍ଟେସନରେ ଘଟିଛି ।

ଦୁର୍ଘଟଣାଗ୍ରସ୍ତ ଟ୍ରେନଟି ପାକିସ୍ତାନର ପଞ୍ଜାବକୁ ଯାଉଥିଲା । ଆହତଙ୍କୁ ନବାବଶାହ ପିପୁଲ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କେଉଁ ପରିସ୍ଥିତିରେ କେଉଁ କାରଣରୁ ଟ୍ରେନଟି ଟ୍ରାକରୁ ଖସିଲା ଜଣା ପଡ଼ିନାହିଁ । ଏବେ ସୁଦ୍ଧା ୨୨ ଜଣଙ୍କ ମୃତଦେହ ମିଳିଥିବା ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।

ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସମସ୍ତେ ଶୋକ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି । ସ୍ଥାନୀୟ ପୋଲିସ ସହ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି । ଉଦ୍ଧାର ସରିବା ପରେ ଦୁର୍ଘଟଣାର ତଦନ୍ତ ଆରମ୍ଭ ହେବ ।

Leave A Reply

Your email address will not be published.