ପାଟନା: ଅଧିକାଂଶ ଦଳ ପରି ଆରଜେଡି ଇଫତାର ପାର୍ଟିର ଆୟୋଜନ କରିଥିଲା । ତେବେ ଏହି ପାର୍ଟି ନେଇ ଏବେ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଛି । ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁର ପ୍ରମୁଖ ନେତା ନୀତିଶ କୁମାର ଏଥିରେ ଯୋଗ ଦେଇଛନ୍ତି । ୫ ବର୍ଷ ପରେ ରାବ୍ରି ଦେବୀଙ୍କ ଘରକୁ ନୀତିଶ ଯାଇଛନ୍ତି । ଏହି ପାର୍ଟିରେ ଏନଡିଏର ମୁକେଶ ସାହାଣୀ ଓ ଚିରାଗ ପାସୱାନଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା ।
ପୂର୍ବ ଥର ଲାଲୁଙ୍କ ଘରେ ନୀତିଶ ଇଫତାର ପାର୍ଟିରେ ଯୋଗ ଦେବା ପରେ ବିଜେପିକୁ ବଡ ଝଟକା ଦେଇଥିଲେ । ଏଥର ସେ ଭଳି କିଛି ସମ୍ଭାବନା ଥିବା ନେଇ ସମୀକ୍ଷକ ଅନୁମାନ କରୁଛନ୍ତି । ଆଉ ଏକ ରାଜନୈତିକ ମେଂଟ ପାଇଁ ଉଦ୍ୟମ କରାଯାଉଥିବା ଅନୁମାନ କରାଯାଉଛି । ଏହି ଘଟଣାକୁ ରାଜନୀତି ସହ ଯୋଡିବା ଠିକ ହେବ ନାହିଁ ବୋଲି ଚିରାଗ ପାସୱାନ କହିଛନ୍ତି ।
Comments are closed.