Latest Odisha News

BREAKING NEWS

ଆସନ୍ତାକାଲି ନୀତୀଶ କୁମାରଙ୍କ କ୍ୟାବିନେଟର ହେବ ସମ୍ପ୍ରସାରଣ

ବିହାର : ଆସନ୍ତାକାଲି ନୀତୀଶ କୁମାରଙ୍କ କ୍ୟାବିନେଟର ହେବ ସମ୍ପ୍ରସାରଣ । କ୍ୟାବିନେଟ୍ ସମ୍ପ୍ରସାରଣ ସହ ସମ୍ଭାବ୍ୟ ମନ୍ତ୍ରୀଙ୍କ ନାଁକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ନୀତୀଶ କ୍ୟାବିନେଟରେ ବିଜେପିରୁ ୯ ଜଣ ଓ ଜେଡିୟୁରୁ ୮ ଜଣ ମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି ।

ବିଜେପିର ଜାତୀୟ ମୁଖପାତ୍ର ତଥା ବିଧାନ ପରିଷଦର ସଦସ୍ୟ ହେବାକୁ ଯାଉଥିବା ଶାହନାୱାଜ ହୁସେନଙ୍କ ନାଁ ଆଗରେ ରହିଛି । ସେହିପରି ସମ୍ରାଟ ଚୌଧୁରୀ, ନୀତିନ ନବୀନ ଓ ସଞ୍ଜୀବ ଚୌରାସିଆ, ସଞ୍ଜୟ ସରାବଗି, ଭାଗିରଥି ଦେବୀ ଓ ନୀରଜ ବବଲୁ ମଧ୍ୟ ନୀତୀଶଙ୍କ କ୍ୟାବିନେଟରେ ସାମିଲ ହୋଇପାରନ୍ତି । ସେହିପରି ଜେଡିୟୁରୁ ମଦନ ସାହିନି, ନୀରଜ କୁମାର, ଜୟନ୍ତ କୁଶଓ୍ବାହାଙ୍କୁ ମନ୍ତ୍ରୀ ପଦ ମିଳପାରେ ।

ନଭେମ୍ବର ୧୬ରେ ବିହାରରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ନୀତୀଶଙ୍କ ସହ ୧୪ ଜଣ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ମେବାଲାଲ ଚୌଧୁରୀଙ୍କ ଇସ୍ତଫା ପରେ ବିହାରରେ ୧୩ ଜଣ ମନ୍ତ୍ରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ବିଜେପିର ୭, ଜେଡିୟୁର ୪, ହିନ୍ଦୁସ୍ଥାନ ଆବାମ୍ ମୋର୍ଚ୍ଚା ଜଣେ ଓ ବିକାଶଶୀଳ ଇନସାନ ପାର୍ଟିରୁ ଜଣଙ୍କୁ ମନ୍ତ୍ରୀ ପଦ ମିଳିଥିଲା ।

Leave A Reply

Your email address will not be published.