Latest Odisha News

BREAKING NEWS

ଚୀନ ରାଷ୍ଟ୍ରପତି ଯୁଦ୍ଧ ପାଇଁ ସେନାକୁ ପ୍ରସ୍ତୁତ ରହିବାକୁ କହିଲେ, ବଢ଼ିଲା ଅଶାନ୍ତିର ବାତାବରଣ

ନୂଆଦିଲ୍ଲୀ:ବାରମ୍ବାର କମାଣ୍ଡରସ୍ତରୀୟ ଆଲୋଚନା ବିଫଳ ହେବା ପରେ ଚୀନ ରାଗିଯାଇଛି । ଏପରି କି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି । ଅବଶ୍ୟ ପୂର୍ବରୁ ଚୀନ ବାରମ୍ବାର ଏହି ମିଛ ଧମକ ଦେଇ ସାରିଛି । ଚୀନର ନୂଆ ବର୍ଷ ପୂର୍ବରୁ ଜିନପିଙ୍ଗ ପିଏଲଏ ବାୟୁସେନା ୟୁନିଟକୁ ଗସ୍ତ କରିବା ସହ ଉପରୋକ୍ତ କଥା କହିଥିଲେ । ଲୋକଙ୍କୁ ସୁଖ ଏବଂ ଶାନ୍ତିରେ ରଖିବା ପାଇଁ ଯୁଦ୍ଧ ପ୍ରସ୍ତୁତିକୁ ଦୃଢ଼ କରିବାକୁ ପଡିବ ବୋଲି ସେ କହିଛନ୍ତି ।

ଜୁନ୍ ୨୦୨୦ରେ ଗଲୱାନ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁ ମୁହିଁ ହୋଇଥିଲେ । ଭାରତର ୨୦ ଏବଂ ଚୀନର ୪୩ଜଣ ଯବାନ ଏହି ସଂଘର୍ଷରେ ମୃତ୍ୟୁବରଣ କରିଥିଲେ । ସରକାର ଏହା ପରେ ଚାଇନିଜ ଆପ୍ ଉପରେ କଟକଣା ଲଗାଇଥିଲେ । ଚାରିଆଡୁ କ୍ଷତି ସହିବା ଫଳରେ ଚୀନ ବ୍ୟତିବ୍ୟସ୍ତ ହୋଇପଡିଛି ।

Leave A Reply

Your email address will not be published.