Latest Odisha News

BREAKING NEWS

ଗମ୍ଭୀର ଏହି ଯୁବ ଖେଳାଳିଙ୍କୁ କହିଥିଲେ ଦେଶ ପାଇଁ ଗୁଳି ଖାଇବା ପରି ବାଉନ୍ସର ସାମ୍ନା କର

ପର୍ଥ: ଏଠାରେ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ସୁବିଧାଜନକ ସ୍ଥିତିରେ ରହିଛି । ଏହି ମ୍ୟାଚରେ ଭାରତ ପକ୍ଷରୁ ହର୍ଷିତ ରାଣା ଓ ନୀତିଶ କୁମାର ରେଡ୍ଡୀ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଛନ୍ତି । ନୀତିଶ ପର୍ଥର ବାଉନ୍ସ ପିଚରେ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ତେବେ ନୀତିଶଙ୍କ ଏହି ପ୍ରଦର୍ଶନ ପଛରେ କୋଚ ଗୌତମ ଗମ୍ଭୀରଙ୍କ ଉପଦେଶ କାମ ଦେଇଛି । ଅଭ୍ୟାସ ସେଶନରେ ଗୌତମ ସାର ମୋତେ କହିଥିଲେ, ଦେଶ ପାଇଁ ଗୁଳି ଖାଇବା ପରି ବାଉନ୍ସରକୁ ସାମ୍ନା କର । ଏହା ମୋର ଆତ୍ମ ବିଶ୍ୱାସ ବଢ଼ାଇଥିଲା ବୋଲି ନୀତିଶ କହିଛନ୍ତି ।

ବିରାଟ କୋହଲିଙ୍କ ନିକଟରୁ ଟେଷ୍ଟ କ୍ୟାପ ପାଇବା ମୋ ପାଇଁ ଏକ ଅଭୂଲା କ୍ଷଣ ହୋଇ ରହିବ । କ୍ରିକେଟ ଖେଳିବା ଆରମ୍ଭ କଲା ବେଳେ କୋହଲି ସାର ମୋର ଆଦର୍ଶ ଥିଲେ ବୋଲି ଏହି ୨୧ ବର୍ଷୀୟ ଯୁବ ଅଲରାଉଣ୍ଡରଜଣଙ୍କ କହିଛନ୍ତି । ନୀତିଶ ୫୯ ବଲରେ ଗୁରୁତ୍ୱପୂର୍ଣ୍ଣ ୪୧ ରନ କରିଥିଲେ ।

Leave A Reply

Your email address will not be published.