ବିହାର: ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର । ଆଜି ରାଜଭବନରେ ରାଜ୍ୟପାଳ ଫାଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏଥିସହ ଉଭୟ ଜେଡିୟୁ ଓ ବିଜେପିର ୧୪ ଜଣ ମନ୍ତ୍ରୀ ପଦର ଶପଥ ନେଇଛନ୍ତି ।
ନୀତୀଶ କୁମାରଙ୍କ ଟିମ୍ରେ ତାରାକିଶୋର ପ୍ରସାଦ ଓ ରେଣୁ ଦେବୀ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି।
ଏହି ଶପଥ ଗ୍ରହଣ ଉତ୍ସବରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ଯୋଗ ଦେଇଛନ୍ତି । ଏଥି ସହ ବହୁ ବରିଷ୍ଠ ରାଜନେତା ଯୋଗ ଦେଇଛନ୍ତି । କିନ୍ତୁ ଆରଜେଡି ଓ କଂଗ୍ରେସର କୌଣସି ନେତା ଏହି ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇନାହାନ୍ତି ।
Comments are closed.