Latest Odisha News

BREAKING NEWS

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ ମାମଲା; ଆଜି ୫୨ ପଜିଟିଭ

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ କମୁଥିବା ବେଳେ ଆଜି  ୫୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୩୦ ହଜାର ୧୭୯ରେ ପହଞ୍ଚିଛି ।

ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଟ୍ୱିଟ୍ ଅନୁଯାୟୀ, ଆକ୍ରାନ୍ତଙ୍କ ମଧ୍ୟରେ ୨୨ କ୍ୱାରେଣ୍ଟାଇନ୍ ଏବଂ ୩୦ ସ୍ଥାନୀୟ ମାମଲା ରହିଛି । ଏହାଛଡା ୭୪ ଜଣ ସୁସ୍ଥ ହୋଇଛନ୍ତି ।

ତେବେ ଏଠାରେ ୬୬୭ ଆକ୍ଟିଭ କେସ୍ ରହିଛି। ମୋଟ୍ ୨୯,୨୯୪ ଜଣ ସୁସ୍ଥ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ୧୯୭ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.