Latest Odisha News

ବିହାରରେ ନୀତିଶଙ୍କ ସପ୍ତମ ଇନିଂସ ଆରମ୍ଭ

ବିହାର: ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର । ଆଜି ରାଜଭବନରେ ରାଜ୍ୟପାଳ ଫାଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।  ଏଥିସହ ଉଭୟ ଜେଡିୟୁ ଓ ବିଜେପିର ୧୪ ଜଣ ମନ୍ତ୍ରୀ ପଦର ଶପଥ ନେଇଛନ୍ତି ।

ନୀତୀଶ କୁମାରଙ୍କ ଟିମ୍‌ରେ ତାରାକିଶୋର ପ୍ରସାଦ ଓ ରେଣୁ ଦେବୀ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି।

ଏହି ଶପଥ ଗ୍ରହଣ ଉତ୍ସବରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ଯୋଗ ଦେଇଛନ୍ତି । ଏଥି ସହ ବହୁ ବରିଷ୍ଠ ରାଜନେତା ଯୋଗ ଦେଇଛନ୍ତି । କିନ୍ତୁ ଆରଜେଡି ଓ କଂଗ୍ରେସର କୌଣସି ନେତା ଏହି ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇନାହାନ୍ତି ।

Leave A Reply

Your email address will not be published.