ପାଟନା: ବିହାରରେ ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନୀତିଶ କୁମାର । ଏନଡିଏ ଗଠବନ୍ଧନ ଭାଙ୍ଗିଯିବା ପରେ ଏବେ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି । ନୀତିଶ ଉପ ରାଷ୍ଟ୍ରପତି ହେବାକୁ ଚାହୁଁଥିଲେ ବୋଲି ବିଜେପି ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କହିଛନ୍ତି । ବିଜେପି ମନା କରିବାରୁ ନୀତିଶ ରାଗିଯାଇ ଏହି ପଦକ୍ଷେପ ଗ୍ରହଣ କଲେ । ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜୀବ ରଞ୍ଜନ ସିଂ ଓରଫ ଲଲନ ଏହାକୁ ଖଣ୍ଡନ କରିଛନ୍ତି । ନୀତିଶ ମନା କରିବା ସତ୍ୱେ ତାଙ୍କୁ ବାଧ୍ୟ କରି ମୁଖ୍ୟମନ୍ତ୍ରୀ କରାଯାଇଥିଲା । ପରେ ଆରସିପି ସିଂ ବିଜେପି ଏଂଜେଟ ହୋଇ ଆମ ଦଳକୁ ଆସିଲେ । ଏପରିକି ଦଳ ଭାଙ୍ଗିବା ପାଇଁ ମଧ୍ୟ ଉଦ୍ୟମ କରାଯାଇଥିଲା । ବିଜେପି ଗଠବନ୍ଧନର ଧର୍ମ ପାଳନ କରି ନାହିଁ । ଆମେ ଏବେ ସିବିଆଇ ଓ ଇଡିକୁ ମଧ୍ୟ ଭୟ କରୁ ନାହିଁ ବୋଲି ସେ କହିଛନ୍ତି ।
BREAKING NEWS
- କକ୍ରୋଚକୁ ଟକ୍କର ଦେବ ଲାଲ୍ ହିଟ୍ ଜନତା ପାର୍ଟି…
- ଆସନ୍ତା ୨ ଦିନ ଯାଏଁ ଝଡ଼ବର୍ଷା ସମ୍ଭାବନା
- Maa Manikeswari’s Chhatar Yatra:ସଂପନ୍ନ ହେଲା ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା; ବିଶ୍ୱାସ ନାଁରେ ପଡ଼ିଲା ହଜାର ହଜାର ବଳି
- ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ ପରେ ବଢ଼ିଲା ସଲମାନଙ୍କ ସୁରକ୍ଷା
- ଇକ୍ୱାଡର ଚର୍ଚ୍ଚରେ ଲାଇଭ୍-ଷ୍ଟ୍ରିମ୍ ପ୍ରାର୍ଥନା ସମୟରେ ବଡ଼ ଦୁର୍ଘଟଣା: କାନ୍ଥରୁ ଖ୍ରୀଷ୍ଟଙ୍କ ପ୍ରତିମା ଖସିପଡ଼ିବାରୁ ପାଦ୍ରୀଙ୍କ ମୃତ୍ୟୁ
- Lashkar-e-Taiba terrorist Muhammad Sarwar:ଲାହୋରରେ ଲସ୍କରର ଶୀର୍ଷ କମାଣ୍ଡରର ମୃତ୍ୟୁ; ଥିଲା ହାଫିଜ ସଇଦର ଘନିଷ୍ଠ ସହଯୋଗୀ
- ୫୪ ବର୍ଷରେ ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ଦେହାନ୍ତ
- ଗୁଳିମାଡ଼ ଘଟଣା ପରେ ଏକନାଥ ସିନ୍ଧେଙ୍କ ଆଗରେ କଣ କହିଲେ ଟାଇଗର ?
- ବଲିଉଡ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ଼ ଘଟଣା: ୧୬ ଘଣ୍ଟା ଭିତରେ ୩ ଅଭିଯୁକ୍ତ ଗିରଫ
- ସୁଜାତା କାର୍ତ୍ତିକେୟନଙ୍କ ଡିପ୍ଫେକ୍ ଭିଡିଓକୁ ନେଇ ରାଜନୀତି ସରଗରମ; କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

Comments are closed.