Latest Odisha News

BREAKING NEWS

ଦାଉ ସାଧୁଛି ଲଗାଣ ବର୍ଷା; ହାତୀ ପଲ ଭାଙ୍ଗିଲେ ଘର

ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୋଡ଼ ପଞ୍ଚାୟତ ବାସୀଙ୍କୁ ବେଡ଼ି ଉପରେ କୋରଡ଼ା ମାଡ଼ । ଲଗାଣ ବର୍ଷା ସାଙ୍ଗକୁ ହାତୀ ମାନଙ୍କର ତାଣ୍ଡବ। କଚ୍ଚା ଘରେ ରହୁଥିବା ଲୋକଙ୍କ ଉପରେ ତ ଦାଉ ସାଧିଛି ଏଇ ଋତୁ । ଅବିରତ ବର୍ଷାରେ ଜଙ୍ଗଲ ଭିତରୁ ହାତୀ ପଲ ଗାଁ ମୁହାଁ ହେଉଛନ୍ତି ।

ଲଗାଣ ବର୍ଷାରେ ଗଇଲୋ ଗାଁର ରାଜକିଶୋର ସାହୁ ଏବଂ ତାଙ୍କର ଅନ୍ୟ ୪ ଭାଇଙ୍କର ୫ ବଖରା ଘର ଭୁଶୁଡ଼ି ପଡିଛି । ତେବେ ଘରେ ଥିବା ୫ ଟି ପରିବାରର ୨୫ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେହିପରି ରୋଡ଼ ଗାଁର ନୃସିଂହ ଚରଣ ସାହୁଙ୍କ ଘରକୁ ହାତୀ ଭାଙ୍ଗି ଦେଇଛି । ଘରେ ଥିବା ଆସବାବପତ୍ର ଏବଂ ଧାନ, ଚାଉଳକୁ ନଷ୍ଟ କରି ଦେଇଛନ୍ତି ହାତୀ ପଲ ।

ପରିବାର ଲୋକେ ହାତୀର ତାଣ୍ଡବ ଦେଖି ଘର ଛାଡ଼ି ପଳେଇ ଯାଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ସରପଞ୍ଚ ବିଶ୍ଵଜିତ ନାୟକ ପହଞ୍ଚି ବିପନ୍ନଙ୍କ ପରିବାର ଲୋକଙ୍କୁ ରାସନ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି ।

ଏନେଇ ଖବର ପାଇବା ପରେ ପରଜଙ୍ଗ ତହସିଲ ପକ୍ଷରୁ ବିପନ୍ନଙ୍କ ପରିବାର ଲୋକଙ୍କୁ ପଲିଥିନ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ଲଗାଣ ବର୍ଷା ଓ ହାତୀ ଉପଦ୍ରବରେ ବାସହରା ହୋଇଥିବା ପରିବାର ଲୋକଙ୍କୁ ସରକାରଙ୍କ ପକ୍ଷରୁ ଥଇଥାନ କରିବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

Leave A Reply

Your email address will not be published.