ଭୁବନେଶ୍ୱର: ନଵନିର୍ମାଣ କୃଷକ ସଂଗଠନ ପକ୍ଷରୁ ୮ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ। ଧାନକିଣାରେ ଅବ୍ୟବସ୍ଥା, PUCC, ସ୍ମାର୍ଟ ମିଟରକୁ ବିରୋଧ କରି ବନ୍ଦ ପାଳନ କରାଯାଉଛି। ଭୁବନେଶ୍ବର ଉପକଣ୍ଠ ଉତ୍ତରା ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। ସୁବର୍ଣ୍ଣପୁର ବିନିକାରେ ପିକେଟିଂ, କଂଗ୍ରେସ କର୍ମୀ ସାମିଲ୍ ହୋଇଛି। ବିନିକା-ବରପାଲି ଏନ୍ଏଚ୍ କଲେଜ ଛକରେ ଚାଲିଛି ଆନ୍ଦୋଳନ।
ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନକୁ କଂଗ୍ରେସ ସମର୍ଥନ କରିଛି। ଆନ୍ଦୋଳନକୁ ସମର୍ଥନ ନେଇ ଘୋଷଣା କରିଥିଲେ ପିସିସି ସଭାପତି ଭକ୍ତ ଦାସ। ଆଜି ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏ ବନ୍ଦ ରହିବ। ନବନିର୍ମାଣ କୃଷକ ସଂଗଠନ ସହ ନବନିର୍ମାଣ ଯୁବଛାତ୍ର ସଂଗଠନ ମଧ୍ୟ ଏହି ବନ୍ଦ ଡାକରାରେ ସାମିଲ ହୋଇଛି । ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ଜଣାଇଛି କଂଗ୍ରେସ ଓ ସିପିଆଇ ପକ୍ଷରୁ ମଧ୍ୟ୍ୟ ସମର୍ଥନ କରାଯାଇଛି। ଚାଷୀ ସମସ୍ୟା, ପ୍ରଦୂଷଣ ଓ ଟାଟା ପାୱାରର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନଵନିର୍ମାଣ କୃଷକ ସଂଗଠନ । ସବୁ ଚାଷୀଙ୍କୁ ଧାନ ଏମ୍ଏସ୍ ପି ଓ ଇନ୍ ପୁଟ ସବସିଡି ମିଶାଇ କ୍ଵିଣ୍ଟାଲ ପିଛା ୩୧୦୦ଟଙ୍କା କିଣାଯାଉ ।
ସେହିପରି ଧାନ କିଣିବା ପରେ ସଠିକ୍ ସମୟରେ ଚାଷୀଙ୍କୁ ଟଙ୍କା ପ୍ରଦାନ ଓ ଟୋକେନ୍ ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଛି । ଦଲାଲ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କାରି ଓଡିଶା ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାରେ ଜରୁରୀ କାଳୀନ ସେବାକୁ ବାଦ ଦିଆଯାଇଛି।