Latest Odisha News

ମୌସୁମୀ ଅଧିବେଶନ ପୂର୍ବରୁ ବସିବନି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମୌସୁମୀ ଅଧିବେଶନ । ହେଲେ ଚଳିତ ଥର କରୋନା ମହାମାରୀକୁ ଦୃଷ୍ଟିରେ ରଖି ସର୍ବଦଳୀୟ ବୈଠକ ଡକାଯିବ ନାହିଁ ।

ଏନେଇ ସ୍ପଷ୍ଟ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ମୌସୁମୀ ଅଧିବେଶନ ଆସନ୍ତା ଅକ୍ଟୋବର ମାସରେ ସରିବ । ଏସମ୍ପର୍କୀତ ଏଜେଣ୍ଡା ଉପରେ ଚର୍ଚ୍ଚା କରିବା ଲାଗି ଲୋକସଭା ସ୍ପିକର ଓମ୍ ବିର୍ଲା ବିଜନେସ୍ ଆଡଭାଇଜରୀ କମିଟିର ବୈଠକ ଡାକିଛନ୍ତି ।

ତେବେ ଆଜିରି ଏହି ବୈଠକରେ ପ୍ରଶ୍ନକାଳ ନରଖିବା ଉପରେ ଆଲୋଚନା ହୋଇପାରେ ବୋଲି ସୁତ୍ରରୁ ପ୍ରକାଶ ।

ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଜ୍ୟସଭା ସଭାପତି ଭେଙ୍କେୟା ନାଇଡୁ ନିଜର କରୋନା ଟେଷ୍ଟ କରାଇଛନ୍ତି । ଏହା ଛଡା ସଂସଦର କାର୍ଯ୍ୟକାଳ ଆରମ୍ଭ ହେବା ପୂର୍ବରୁ ସମସ୍ତ ସଦସ୍ୟ ନିଜର କରୋନା ପରୀକ୍ଷା ବାଧ୍ୟତାମୂଳକ ବୋଲି ପ୍ରକାଶ କରାଯାଇଛି ।

Leave A Reply

Your email address will not be published.