Latest Odisha News

ସୁବର୍ଣ୍ଣପୁର: ୪୮୦ କେଜି ଗଞ୍ଜେଇ ସହ ପାଖାପାଖି ୧୦ ଲକ୍ଷ ଟଙ୍କା ଜବତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଂଚଳରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଏକ ଗାଡିରୁ ୪ କୁଇଣ୍ଟାଲ ୮୦ କେଜି ଓଜନର ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇଥିଲା ଏସଟିଏଫ।

ଖବର ଅନୁସାରେ ସଂପୃକ୍ତ ବ୍ୟବସାୟୀଙ୍କ ଘରେ ଚଢାଉକରି ଗଞ୍ଜାଇ ସହ ଟାଟା ପିକଅପ ଓ ହୋଣ୍ଡା ସିଟି କାର ଗାଡିକୁ ଜବତ କରିଛି ଏସଟିଏଫ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୁଲ୍ୟ ୩୦ ଲକ୍ଷରୁ ଅଧିକ ହେବ ବୋଲି ଜଣା ପଡିଛି । ଘଟଣାରେ ମୁଖ୍ୟ ଅଭିଯୁକ୍ତ ନାରାୟଣ ପାତ୍ର ସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଏଥି ସହ ଏକ ଟଙ୍କା ଭର୍ତ୍ତି ବ୍ୟାଗ ଜବତ ହୋଇଛି ।ଏହି ବ୍ୟାଗରେ ୯ଲକ୍ଷ ୭୭ ହଜାର ୨ ଶହ ଟଙ୍କା ଜବତ ହୋଇଛି । ତେବେ ଏହି ଅଂଚଳରେ ବାରମ୍ବାର ଗଞ୍ଜେଇ କାରବାର ହେଉଥିବା ଅଭିଯୋଗ ହେଉଛି ।

Leave A Reply

Your email address will not be published.