Latest Odisha News

BREAKING NEWS

କୋଭିଶିଲ୍ଡର ଦୁଇଟି ଡୋଜ ଟିକା ନେବା ପରେ ବି ତିଆରି ହେଉନି ଆଣ୍ଟିବଡି!

ନୂଆଦିଲ୍ଲୀ: ନୂତନ ଅଧ୍ୟୟନ ଅନୁଯାୟୀ କୋଭିଶିଲ୍ଡର ଦୁଇଟି ଡୋଜ ଟିକା ନେବା ପରେ ବି ତିଆରି ହେଉନି ଆଣ୍ଟିବଡି। ୧୬.୧ ପ୍ରତିଶତ ନମୁନାରେ କରାଯାଇଥିବା ପରୀକ୍ଷଣରୁ ଜଣାପଡ଼ିଛି ଯେ ଡେଲଟା ଭାରିଆଣ୍ଟ ବିରୁଦ୍ଧରେ କୋଭିଶିଲ୍ଡର ଦୁଇଟି ଡୋଜ ଟିକା ନେବା ପରେ ବି ସୃଷ୍ଟି ହେଉନି ଆଣ୍ଟିବଡି।

ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜର ମାଇକ୍ରୋବାୟୋଲୋଜି ବିଭାଗର ପୂର୍ବତନ ମୁଖ୍ୟ ଡ. ଟି ଯାଦବ ଜନ୍  କହିଛନ୍ତି ଯେ “ଆଣ୍ଟିବଡି ଦେଖାଯିବା ଏବଂ ଉପସ୍ଥିତ ନହେବା ସମାନ ନୁହେଁ। ଆଣ୍ଟିବଡିଗୁଡିକର ସ୍ତର ଯଥେଷ୍ଟ କମ୍ ହୋଇପାରେ ଯେଉଁଥିପାଇଁ ଏହା ଚିହ୍ନଟ ହୋଇନପାରେ। କିନ୍ତୁ ଏହା ଶରୀରରେ ରହିଥାଏ ଏବଂ ବ୍ୟକ୍ତିଙ୍କୁ ସଂକ୍ରମଣ ଏବଂ ଭୟଙ୍କର ରୋଗରୁ ରକ୍ଷା କରିଥାଏ।

Leave A Reply

Your email address will not be published.