Latest Odisha News

BREAKING NEWS

୧୧ ଫୁଟର ଅଜଗର ଉଦ୍ଧାର

ମୟୂରଭଞ୍ଜ : ଉଦ୍ଧାର ହେଲା ବିରାଟକାୟ ଅଜଗର।୧୧ ଫୁଟ ଲମ୍ବର ଅଜଗର ସାପକୁ  ବାଙ୍ଗିରିପୋଷୀ ବନ ବିଭାଗ ଉଦ୍ଧାର କରିଛି । ସାପଟିର ଓଜନ ପ୍ରାୟ ୧୪ କେଜି ୫ଶହ ଗ୍ରାମ ହେବ ବୋଲି ବନ ବିଭାଗ କହିଛି । ବାଙ୍ଗିରିପୋଷି ବନାଞ୍ଚଳ ଅନ୍ତର୍ଗତ ବଣକାଟି ପଞ୍ଚାୟତର କଣ୍ଟପାଳ ଗାଁର ଏକ ଧାନ ବିଲରୁ ସାପଟିକୁ ଉଦ୍ଧାର କରାଯାଇଛି।ଲୋକମାନେ ଧାନ କାଟୁଥିବା ସମୟରେ ଅଜଗର ସାପଟିକୁ ଦେଖିବାକୁ ପାଇଥିଲେ।

ପରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଖବର ପାଇଁ ଘଟଣାସ୍ଥଳରେ ପହଁଚି ସାପ ଉଦ୍ଧାର କରିଥିଲା।ଅନ୍ୟପଟେ ଏହି ଅଜଗରଟିକୁ ବାଙ୍ଗିରିପୋଷି ବନ ବିଭାଗ ନେଇ ଶିମିଳିପାଳ ବିଦୁଭଣ୍ଡାର ଜିଆରଏଫ୍ ଜଙ୍ଗଲେ ଛାଡିଦେଇଥିବା ବାଙ୍ଗୀରିପୋଷୀ ରେଞ୍ଜର ଅଜୟ ଦାସ କହିଛନ୍ତି।

Leave A Reply

Your email address will not be published.