ଭୁବନେଶ୍ୱର: ସାରା ବିଶ୍ୱରେ ମାରାତ୍ମକ ଭୂତାଣୁ କରୋନା ନିଜ କାୟା ମେଲାଇଛି । ତେବେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନାଠାରୁ ନିଜକୁ ଦୂରେଇ ରଖିବା ପାଇଁ ବିଧାନସଭାରେ ବାୟୋମେଟ୍ରିକ ବନ୍ଦ କରାଯାଇଛି । ସମସ୍ତ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ଏନେଇ ଆଡ୍ଭାଇଜରି ଜାରି କରାଯାଇଛି ।
କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ ଉପସ୍ଥାପନ ବନ୍ଦ କରାଯାଇଛି । ଏଣିକି ରେଜିଷ୍ଟରରେ ଉପସ୍ଥାପନ ଦେବେ କର୍ମଚାରୀ । କାର୍ଯ୍ୟାଳୟରେ ଏକାଠି ହୋଇ ସଭାସମିତି କରିପାରିବେ ନାହିଁ । କର୍ମଚାରୀମାନେ ନିୟମିତ ହାତକୁ ହ୍ୟାଣୱାସ କିମ୍ବା ସାବୁନରେ ଭଲଭାବେ ସଫା କରିବେ । ଥଣ୍ଡା, ଛିଙ୍କ ହେଉଥିଲେ ଟିସୁ ପେପର ବ୍ୟବହାର କରିବେ । ଚିକିତ୍ସା ପାଇଁ ବିଧାନସଭା ଡିସପେନସରୀ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବେ । କାର୍ଯ୍ୟାଳୟ ପରିସ୍କାର ପାଇଁ ଟେବୁଲ, କମ୍ପ୍ୟୁଟର, ଫୋନ୍ ଅନ୍ୟ ଉପକରଣକୁ ସାନିଟାଇଜର ଦ୍ୱାରା ପୋଛାଯିବ । କର୍ମଚାରୀମାନେ ଅବ୍ୟବହୃତ ଜିନିଷକୁ ଏଣେତେଣ ନ ପକାଇ ଡଷ୍ଟବିନ୍ରେ ପକାଇବାକୁ ପରମର୍ଶା ଦିଆଯାଇଛି ।
BREAKING NEWS
- ଆଇପିଏଲ୍ ୨୦୨୬: ଆରସିବି ରଚିଲା ଇତିହାସ, ଏସ୍ଆର୍ଏଚ୍କୁ ୬ ୱିକେଟ୍ରେ ଦେଲା ମାତ୍
- ବ୍ରାଉନସୁଗାର କାରବାର ନେଇ ଜଣେ ଗିରଫ;୬୧ ଗ୍ରାମ ବ୍ରାଉନସୁଗାର ସହ ବେଆଇନ ବନ୍ଧୁକ ଜବତ
- ରେୟମଣ୍ଡର ପୂର୍ବତନ ଚେୟାରମ୍ୟାନ୍ ବିଜୟପତ୍ ସିଂହାନିଆଙ୍କର ପରଲୋକ
- ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ବେଳେ ବନବିଭାଗ କର୍ମଚାରୀଙ୍କୁ ମାଡ଼;ଥାନାରେ ଲିଖିତ ଅଭିଯୋଗ
- PM Modi talks with Saudi: ‘ଆମେ ଏଥିରେ ସହମତ ହୋଇଥିଲୁ…’, ପ୍ରଧାନମନ୍ତ୍ରୀ ମୋଦୀ ସାଉଦି ପ୍ରିନ୍ସଙ୍କ ସହ କ’ଣ ଆଲୋଚନା କଲେ ଜାଣନ୍ତୁ
- ସରକାରୀ କର୍ମଚାରୀ ପଢ଼ିବେ AI ଓ ସାଇବର ସୁରକ୍ଷା ପାଠ…
- ଇଞ୍ଜିନିୟରିଙ୍ଗ କଲେଜ କ୍ୟାମ୍ପସ ପରିସରରେ ଗୁଳିମାଡ଼
- ଧୋନୀ ୨ ସପ୍ତାହ ଆଇପିଏଲରୁ ଓହରିଲେ
- Odisha Police:ଥାନାରୁ ଅଭିଯୁକ୍ତ ଚମ୍ପଟ୍ ଘଟଣାରେ ୩ ସସ୍ପେଣ୍ଡ୍; ଜଣେ ଏଏସ୍ଆଇ ସମେତ…
- ନବୀନ ଜୈନଙ୍କୁ ତୁରନ୍ତ ଗିରଫ କରାଯାଉ: ବିଜେଡି
Comments are closed.