Latest Odisha News

BREAKING NEWS

ଲଗାତାର ୭ମ ଦିନ ପାଇଁ କମିଲା ତୈଳ ଦର: କେଉଁଠି ରହିଛି କେତେ ମୂଲ୍ୟ, ଜାଣନ୍ତୁ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦରରେ କ୍ରମାଗତ ହ୍ରାସ ଘଟୁଛି। ଆଜି ଲଗାତାର ୭ମ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦରରେ ହ୍ରାସ ଘଟିଛି।

ବୁଧବାର ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୯ ପଇସା ହ୍ରାସ ପାଇ ବୁଧବାର ୭୦ ଟଙ୍କା ୨୯ ପଇସା ରେ ପହଞ୍ଚିଥିବା ବେଳେ ଡିଜେଲ ଲିଟର ପ୍ରତି ୨ ଟଙ୍କା ୩୩ ପଇସା ହ୍ରାସ ପାଇ ଡିଜେଲ ୬୩ ଟଙ୍କା ୧ ପଇସାରେ ପହଞ୍ଚିଛି।

ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬୯.୫୭ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ଦର ୬୭.୫୨ ଟଙ୍କାରେ ପହଞ୍ଚିଛି ।

ଅନ୍ୟପଟେ କଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲ ଦର ଯଥାକ୍ରମେ ୭୨ ଟଙ୍କା ୯୮ ପଇସା, ୭୫ ଟଙ୍କା ୯୯ ପଇସା ଏବଂ ୭୩ ଟଙ୍କା ୨ ପଇସା ରହିଛି ।

ଆଗକୁ ତୈଳ ଦର ଆହୁରି ହ୍ରାସ ଘଟିବା ନେଇ ଆଶା କରାଯାଉଛି ।

Leave A Reply

Your email address will not be published.