Latest Odisha News

BREAKING NEWS

ଭୁବନେଶ୍ୱରରେ କେହି ବାଣ ଫୁଟାଉଥିଲେ ୧୦୦ ଡାଏଲ୍ କରନ୍ତୁ: ଡିସିପି

ଭୁବନେଶ୍ୱର: ଚଳିତ ଥର ଦୀପାବଳି ଅବସରରେ ବାଣ ଫୁଟାଇବାରୁ ଦୂରେଇ ରହିବା ପାଇଁ ଭୁବନେଶ୍ୱର ବାସୀଙ୍କୁ ଅନୁରୋଧ କରିଛି କମିଶନରେଟ୍ ପୋଲିସ ।

ଗଣମାଧ୍ୟମକୁ ସୂଚନା ଦେଇ ଡିସିପି ଉମାଶଙ୍କର ଦାସ କହିଛନ୍ତି ଯେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ବାଣ ବିକ୍ରି କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ରାଜ୍ୟ ସରକାର । ଯଦି କେହି ନିୟମ ଉଲ୍ଲଂଘନ କରନ୍ତି ତାହେଲେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ଏହାଛଡା ସ୍ଥାନୀୟ ଅଞ୍ଚଳରେ ଯଦି କେହି ବାଣ ଫୁଟାଉଥାନ୍ତି, ତାହେଲେ ୧୦୦ନଂକୁ ଡାଏଲ୍ କରିବା ଲାଗି ଶ୍ରୀ ଦାସ କହିଛନ୍ତି । ଆହୁରି ମଧ୍ୟ ନିର୍ଦ୍ଦେଶକୁ ପରିଚାଳନା କରିବା ଲାଗି ସହରରେ ୧୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.