Latest Odisha News

BREAKING NEWS

ଏପର୍ଯ୍ୟନ୍ତ ଭାରତରେ ମିଳିନି C.1.2 ମାମଲା; ରିପୋର୍ଟ

ନୂଆଦିଲ୍ଲୀ: ଦେଶ ପାଇଁ ଏକ ଆଶ୍ବସ୍ତିକର ଖବର। କରୋନାର ନୂଆ ପ୍ରଜାତି C.1.2 ବିଭିନ୍ନ ଦେଶରେ କାୟା ବିସ୍ତାର କରୁଥିବା ବେଳେ ଭାରତରେ ଏଯାଏ ଏହି ନିଦ୍ଦିଷ୍ଟ ପ୍ରଜାତି ଚିହ୍ନଟ ହୋଇନଥିବା ଜଣାପଡ଼ିଛି। ଏହା ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା। ସମ୍ପ୍ରତି ଏହା ବିଭିନ୍ନ ଦେଶରେ ପ୍ରଭାବ ବିସ୍ତାର କରିଥିବା ସୂଚନା ମିଳିଛି। କିନ୍ତୁ ଏପର୍ଯ୍ୟନ୍ତ ଏହା ଭାରତରେ ପ୍ରବେଶ କରି ନଥିବା ସରକାରୀ ସୂତ୍ରରୁ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ଭାରତରେ C.1.2 ମାମଲା ରୁଜୁ ହୋଇନାହିଁ।

ମଙ୍ଗଳବାର ଦିନ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, କରୋନା ର ଏକ ନୂତନ ପ୍ରକାର ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା ଏବଂ ବର୍ତ୍ତମାନ ଏହା ଚାଇନାରେ, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ, ମରିସସ୍, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ପର୍ତ୍ତୁଗାଲ ଏବଂ ସ୍ୱିଜରଲ୍ୟାଣ୍ଡରେ ପ୍ରଭାବ ବିସ୍ତାର କରିସାରିଲାଣି। ଏହା ଅଧିକ ସଂକ୍ରାମକ ହୋଇପାରେ ବୋଲି ମଧ୍ୟ ବୈଜ୍ଞନିକମାନେ ମତ ପ୍ରକାଶ କରିଛନ୍ତି। ଟିକା ଦ୍ବାରା ଏହି ସଂକ୍ରମଣରୁ ଏଡାଇ ଦିଆଯାଇପାରିବ ବୋଲି ବୈଜ୍ଞାନିକମାନେ ଆଶା ପୋଷଣ କରିଛନ୍ତି।

ଏହି ସମୟରେ, କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ଯେ C.1.2 ପ୍ରକାର ଚିହ୍ନଟ ହୋଇଥିବା ଦେଶଗୁଡିକର ପରିଦର୍ଶକଙ୍କୁ ସ୍କ୍ରିନ କରିବା ପାଇଁ ବିମାନବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଏଠାକୁ ଆସିବା ପରେ ସେମାନଙ୍କୁ ଆରଟି- ପିସିଆର ପରୀକ୍ଷା କରାଯିବ ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯିବ ବୋଲି କହିଛନ୍ତି।

Comments are closed.